ଭବାନୀପାଟଣା -: ରାଜ୍ୟରେ ଦିନକୁ ଦିନ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ବୃଦ୍ଧି ପାଉଥିବା ଯୋଗୁଁ ଏଥିରୁ ସୁରକ୍ଷା ପାଇଁ ଏକ ସଚେତନତା ମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭବାନୀପାଟଣା ସ୍ଥିତ ସହଭାଗୀ ବିକାଶ କାର୍ଯ୍ୟାଳୟ ସଭାଗୃହରେ ସେଣ୍ଟର ଫର୍ ଦ ସସ୍ଟେନେବୁଲ୍ ୟୁଜ୍ ଅଫ୍ ନେଚ୍ୟୁରାଲ୍ ଏଣ୍ଡ ସୋସିଆଲ ରିସୋର୍ସ ସହଯୋଗ କରିଥିଲେ। ଏହି ଅବସରରେ ଆଇନଜୀବୀ ଛବିଲାଲ ନିଆଲ, ସୁଧାଂଶୁ ନନ୍ଦ,ସଞ୍ଜୀବ ଶତପଥୀ,ସରକାରୀ ଓକିଲ ଦିବ୍ୟ ରଞ୍ଜନ ବହିଦାର, ଅନ୍ତ୍ୟୋଦୟ ମୂଖ୍ୟ ଦିଲିପ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମାଜସେବୀ, ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଅଚିଥି ମାନେ ଏଟ୍ରୋସିଟି ଆକ୍ଟ ର ଧାରା ୪ ସମ୍ପର୍କରେ ବିଷୟର ଆଲୋଚନା କରିଥିଲେ ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।
ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ମସିହା ଭବାନୀପାଟଣା