ରୁପ୍ରା, ୧୮/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ମାଲପଡା ଠାରେ ଶନିବାର ରାତିରେ ୨ୟ ତମ ଏକ ଦିବସୀୟ ନାଇଟ୍ ପେନ୍ଥର୍ ବ୍ୟାଡ୍ ମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ରାଜୀବ ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ ସେନାପତି, ସମାଜସେବୀ ପ୍ରିୟରଞ୍ଜନ ବେହେରା (ରିଙ୍କୁ), ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଓ ଭାଗିରଥି ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଭବାନୀପାଟଣାର ଦୁଇ ମହିଳା ଖେଳାଳି ଚୁମକି ଓ ପ୍ରଗ୍ୟାଁଙ୍କ ସମେତ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୩୦ଟି ଦଳ ଅଂଶଗ୍ରହଣ କରିଥିଲେ। ଅମ୍ପାୟାର୍ ଭାବରେ ରବିନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲାବେଳେ ଲାଇନରେ ବିଭୁତି ମିଶ୍ର ଓ ଅମିତ ପଧାନ ରହିଥିଲେ। ସ୍କୋରର୍ ଦେବଦତ୍ତ ମିଶ୍ର ଓ ଧାରାବିବରଣୀ ସୁବୋଧ ମିଶ୍ର ପ୍ରଦାନ କରିଥିଲେ। ପଞ୍ଜିକରଣ ଦାୟିତ୍ବରେ ଯଶୋବନ୍ତ ସାହୁ ଓ ପଞ୍ଚାନନ ସାହୁ ଥିଲେ। ବିଭିନ୍ନ ପର୍ଯ୍ୟାୟରେ ଉନ୍ନତ ଖେଳ ପ୍ରଦର୍ଶନ କରି ଫାଇନାଲ୍ କୁ ବଲାଙ୍ଗିର ଜିଲ୍ଲା ସଇନ୍ତଳାର ଅଙ୍କିତ ଓ ପାର୍ଟନର ତଥା ଭବାନୀପାଟଣାର ମହିଳା ଦଳ ପ୍ରବେଶ କରିଥିଲେ, ଏଥିରେ ସଇନ୍ତଳା ଚାମ୍ପିଅନ୍ ହୋଇଥିବା ବେଳେ ଭବାନୀପାଟଣାର ମହିଳା ଦଳ ଉପ ବିଜେତା ହୋଇଥିଲେ। ଅତିଥିମାନେ ଉଭୟ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ।