ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲ୍ୟାଣ ଆଶ୍ରମର ବିଜୁଳି ସରବରାହ କଟିଲା, ନେତାଙ୍କ ନିର୍ଦେଶରେ ନା ନେତାଙ୍କୁ ଖୁସି କରିବାକୁ….

ରାଉରକେଲା/ କଲ୍ୟାଣ ଆଶ୍ରମର ବିଜୁଳି ସଂଯୋଗ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ କଟା ଯାଇଥିବାରୁ ଏଠାରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି l ଏକ ଆଧ୍ୟାତ୍ମିକ କାର୍ଯ୍ୟ ଚାଲିଥିବାବେଳେ ଏହି ବିଜୁଳି ସଂଯୋଗ କଟା ଯାଇଥିବାରୁ ଏହା ପଛରେ ଅଧିକାରୀଙ୍କ ଉପରେ ଚାପ ଜନିତ କାରଣ ରହିଛି ନା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ବିଜୁଳି କଟାଯାଇ ରାଜନୈତିକ ବ୍ୟକ୍ତିଙ୍କୁ ତୁଷ୍ଟିକରଣ ଉଦ୍ୟମ ହୋଇଛି, ଏହା ଏଵେ ସମୀକ୍ଷା ଓ ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ତ୍ରିବେଣୀ ସଙ୍ଗମ ତଥା ପବିତ୍ର ଶୈବପୀଠ ବେଦବ୍ୟାସରେ ୧୨ ତାରିଖରୁ ୧୫ ତାରିଖ ଯାଏଁ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ବିଜୁଳି କଟା ଯାଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l କିମ୍ବଦନ୍ତୀ ଅନୁସାରେ ବେଦବ୍ୟାସରେ ମହର୍ଷି ବ୍ୟାସଦେବ ମହାଭାରତ ରଚନା କରିଥିଲେ l ଏଠାରେ କଲ୍ୟାଣୀ ରାୟ ଟ୍ରଷ୍ଟ ପକ୍ଷରୁ ମହର୍ଷି ବ୍ୟାସଦେବ ଓ ଶ୍ରୀଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି l ଏହି ବିଗ୍ରହରେ ପ୍ରାଣପ୍ରତିଷ୍ଠା ଅବସରରେ ଚାରିଦିନ ବ୍ୟାପୀ ହୋମଯଜ୍ଞ, କଳସଯାତ୍ରା ସମେତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉଥିଲା l ବେଦବ୍ୟାସ ଆଶ୍ରମ ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଶାସନର ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଥିଲା l ନିୟମିତ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବେଦବ୍ୟାସ ମନ୍ଦିର ନିକଟରେ ଥିବା କଲ୍ୟାଣ ଆଶ୍ରମ ପରିସରରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା l ଗୋଟିଏ ଦିନର କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଯୋଗ ଦେଇଥିଲେ l ତାଙ୍କ ଅନୁଗାମୀ ହରିହର ରାଉତରାୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଚାଲିଥିଲା l ହେଲେ, ଏସବୁ ଚାଲିଥିବା ବେଳେ କଲ୍ୟାଣ ଆଶ୍ରମର ବିଜୁଳି ସରବରାହ ଛିନ୍ନ କରାଯାଇଛି l ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ବିଦ୍ୟୁତ ସରବରାହ ଛିନ୍ନ କରାଯିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା ସମାଲୋଚନା ହେଉଛି l ବିଦ୍ୟୁତ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ବିଦ୍ୟୁତ ବାବଦ ଦେୟ ବକେୟା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି l ହେଲେ, ସେହି ଅଞ୍ଚଳ ସମେତ ଆଖପାଖରେ ବହୁ ଘର ଓ ବ୍ୟବସାୟିକ ସଂସ୍ଥାର ଦେୟ ବାକି ଥିବା ବେଳେ କଲ୍ୟାଣ ଆଶ୍ରମର ବିଜୁଳି କଟାଯିବା ନେଇ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି l ଦିଲୀପ ରାୟ ସେଠାକୁ ଯିବାରୁ ଓ ସମାବେଶରେ ଯୋଗ ଦେଇଥିବାରୁ ଏପରି ହୋଇନାହିଁ ତ? କୌଣସି ନେତାଙ୍କ ଚାପରେ ବିଦ୍ୟୁତ ବିଭାଗ ଏପରି ପଦକ୍ଷେପ ନେଲେ ନା ଏପରି ପଦକ୍ଷେପ ଜରିଆରେ ଦିଲୀପ ବିରୋଧୀଙ୍କ ତୁଷ୍ଟିକରଣ ଉଦ୍ୟମ ହୋଇଛି? ଏଭଳି ନାନା ପ୍ରଶ୍ନବାଚୀ ଲୋକଙ୍କ ମନରେ ଆସୁଥିବା ବେଳେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ଏଭଳି କଳ୍ପନାଜଳ୍ପନା ହାସ୍ୟାସ୍ପଦ l ବିଲ ବକେୟା ଥିବାରୁ ବିଭାଗ ନିଜ ରୁଟିନ କାମ ହିଁ କରିଛି l ତେବେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିଳ୍ପଉଦ୍ୟୋଗ ରେ ଯୁବ ପିଢ଼ି ଭବିଷ୍ୟତ ବାଛିବା ନେଇ ତାଲିମ ଶିବିର ଉଦଘାଟନ

masiha

ମଦମୁକ୍ତି ଯୁବବାହିନୀ ର ଯୁବସମ୍ବାଦ ଅନୁଷ୍ଠିତ

Sunil Chandra Nayak

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort