ଦୁନିଆଁ ତୁମକୁ ଭୁଲିବ
ନିରଞ୍ଜନ ସାହୁ
ପୃଥିବୀ ଟା ଅଟେ ଭଡାଘର ବନ୍ଧୁ
ଏକଥାକୁ ମନେ ରଖିବ
ନୋଟିସ ଆସିଲେ କାହାକୁ ନ କହି
ଛାଡିବାକୁ ବାଧ୍ୟ ହୋଇବ
ଯାହା ସଞ୍ଚିଥିବ ପୃଥିବୀ ପୃଷ୍ଠରେ
ଯେ ଯାହା ସ୍ଥାନରେ ରହିବ
ମାଟିର ମଣିଷ ମାଟିରେ ମିଶିଵ
ଚିହ୍ନ ଵର୍ଣ୍ଣ ସବୁ ଲିଭିବ
ଦିନ ଆସିବ ମରିଗଲା ବୋଲି
ଦୁନିଆଁ ରେ ହୁରି ପଡିବ
ଜୁଇରେ ସୋଇବ ଅଗ୍ନିରେ ପୋଡିବ
ଦୁନିଆଁ ତୁମକୁ ଭୁଲିବ
ଜୟପୁର,କୋରାପୁଟ