ନୂଆପଡା: ଭାରତୀୟ ଜନତା ପାର୍ଟି ର ଏକ ସ୍ୱାଗତ କାର୍ଯ୍ୟକ୍ରମ ଓ ବୈଠକ ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ବିଜେପି ର ଟାଣୁଆ ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ ଙ୍କ ଉପରୁ ଗତ ଷୋହଳ ଜାନୁଆରୀ ଦିନ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା।ଗତ ବିଧାନସଭା ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ସ୍ୱାଧୀନ ଭାବରେ ଲଢ଼ି ସେ ଦଳରୁ ନିଲମ୍ବିତ ହୋଇଥିଲେ।ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେଲାପରେ ଆନୁଷ୍ଠାନିକ ଭାବେ ତାଙ୍କୁ ଜିଲ୍ଲା ର ପ୍ରମୁଖ ନେତୃମଣ୍ଡଳି ପ୍ରସନ୍ନ ପାଢ଼ୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ,ହୋମସିଂ ମାଝୀ, ମନିଜର ଆର୍ଯ୍ୟ, ସୁଶାନ୍ତ ପତି, ତୁଳସ ପଟେଲ, କମଲେଶ ଦୀକ୍ଷିତ, ରତନ ଚନ୍ଦ୍ରକାର, ବିଜୟ ପାର, ମୁରଲୀ ସୁନା ପ୍ରମୁଖ ଓ ଶତାଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସ୍ୱାଗତ ଜଣେଇଥିଲେ।ଶ୍ରୀ ଯଦୁମଣି ପାଣିଗ୍ରାହୀ ପାର୍ଟି ର ବହୁତ ପୁରୁଣା କାର୍ଯ୍ୟକାର୍ତ୍ତା ଓ ନୂଆପଡା ଜିଲ୍ଲା ରେ ପାର୍ଟି କୁ ସମୃଦ୍ଧ କରିବାରେ ବଡ଼ ଭୂମିକା ଥିଲା। ସେ ଜଣେ କୁଶଳୀ ସଂଗଠକ,ସୁବକ୍ତା ଓ ଚାଷୀ ଶ୍ରମିକଙ୍କ ଲଢେଇ ନିରନ୍ତର ଲଢ଼ିଆସୁଛନ୍ତି।ସେ ଦଳକୁ ଫେରିବାପରେ ଦଳ ଆହୁରି ମଜବୁତ ହେବା ସହିତ ପଞ୍ଚାୟତିରାଜ ନିର୍ବାଚନ ରେ ଦଳ ନିଶ୍ଚୟ ଲାଭାନ୍ବିତ ହେବ ବୋଲି ନେତୃ ମଣ୍ଡଳୀ ନିଜ ନିଜ ବକ୍ତବ୍ୟ ରେ ମତ ଉପସ୍ଥାପନ କରି ଖୁସି ଜାହିର କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post