ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ । ଦିନକୁ ମଜୁରୀ ୪୬ ଟଙ୍କା ରେ ଖଟୁଛନ୍ତି
ଧର୍ମଗଡ:୧୯/୧୨/୨୨: ରାଜ୍ୟ ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ବିଭିନ୍ନ ସ୍କୁଲ ରେ ପାଚିକା ଓ ସହାୟିକା ଙ୍କୁ ନିଯୁକ୍ତି ଦିଆ ଯାଇଛି ତେବେ ଏମାନଙ୍କୁ ମାସକୁ ମାତ୍ର ୧୪୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି । ହିସାବ କଲେ ଦିନକୁ ୪୬ ଟଙ୍କା ୬୬ ପଇସା ପଡୁଛି । ତାହା ପୁଣି ବର୍ଷ ରେ ୧୨ ମାସ ପରିବର୍ତ୍ତେ ୧୦ ମାସ ପ୍ରଦାନ କରାଯାଉଛି । ଏହାକୁ ପାଚିକା ସହାୟିକା ସଂଘ ବିରୋଧ କରିଛି ।
ଆଜି ଅଖିଳ ଭାରତ ଶ୍ରମିକ ସଂଘ ଅନୁବନ୍ଧିତ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ କଳାହାଣ୍ଡି ,ଧର୍ମଗଡ ଉପଖଣ୍ଡ କମିଟି ପକ୍ଷରୁ ଏକ ରାଲି ସ୍ଥାନୀୟ ପଞ୍ଚାୟତ ପଡିଆ ଠାରୁ ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ରେ ସରକାର ଙ୍କ ପାତର ଅନ୍ତର ନୀତି କୁ ଦୃଢ଼ ନିନ୍ଦା କରାଯାଇ ଥିଲା । ସରକାର ଙ୍କ ଦ୍ଵାରା ସ୍ଥିରୀକୃତ ସର୍ବ ନିମ୍ନ ମଜୁରୀ ୨୮୦ ମଧ୍ୟ ପାଚିକା ସହାୟିକା ଙ୍କୁ ପ୍ରଦାନ କରା ଯାଉ ନାହିଁ। ଏହା ଶ୍ରମ ଆଇନ ର ବିରୋଧ ବୋଲି ବକ୍ତା ମାନେ କହି ସରକାର ଙ୍କ ଉପରେ ବର୍ଷୀ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତ ଶ୍ରମିକ ସଂଘ ରାଜ୍ୟ ଉପସଭାପତି ଅକ୍ଷୟ ମେହେର, ରାଜ୍ୟ କମିଟି ସଦସ୍ୟା ଅବନ୍ତି ଦଣ୍ଡସେନା, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ କଲାସ ରଣା, ସୁକାନ୍ତି ରଣା, ଶ୍ରମିକ ନେତା ଦାମୋଦର ବେହେରା, ସୁଶାନ୍ତ କୁମାର ଜାଲ, ଧର୍ମଗଡ ବ୍ଲକ ସଭାନେତ୍ରୀ ଧନମତି ପଟେଲ, ସମ୍ପାଦିକା କବିତା ଖର୍ସେଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ପାଚିକା ସହାୟିକା ଙ୍କୁ ସରକାରୀ ମାନ୍ୟତା, ମାସିକ ଭତ୍ତା ବୃଦ୍ଧି, ବକେୟା ଥିବା ୨୮ ମାସ ର ଭତ୍ତା ପ୍ରଦାନ, ବାର୍ଷିକ ୧୦ ମାସ ବଦଳ ରେ ୧୨ ମାସ ର ପ୍ରାପ୍ୟ ପ୍ରଦାନ, ୬୦ ବର୍ଷ ପରେ ଛଟେଇ ହେଉଥିବା ପାଚିକା ସହାୟିକା ଙ୍କୁ ଅବସର କାଳୀନ ଅର୍ଥ ଓ ସୁବିଧା ପ୍ରଦାନ,ବାର୍ଷିକ ୧୫ ଦିନ ଛୁଟି ମଞ୍ଜୁରୀ ସହ ପ୍ରସୂତୀ କାଳୀନ ଛୁଟି ମଞ୍ଜୁର, ଛାତ୍ର ଛାତ୍ରୀ ସଂଖ୍ୟା ଅନୁପାତ ରେ ଅଧିକା ସଂଖ୍ୟା ରେ ପାଚିକା ସହାୟିକା ନିଯୁକ୍ତି ଆଦି ଆଠ ଦଫା ସମ୍ବଳିତ ଦାବିପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ଙ୍କୁ ପ୍ରଦାନ କରାଯାଇ ଥିଲା ।