ଜୟ ପାଟଣା ( ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ )-କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ପଞ୍ଚାୟତ ବିଭାଜନ ସମୟରେ ନବ ଗଠିତ କନ୍ଦାବୁଟ୍ରା ପଞ୍ଚାୟତ ର ଦୁଇ ଗାଁ କନ୍ଦାବୁଟ୍ର।ଓ ତୁନ ଗାଁ ଗ୍ରାମବାସୀ ଙ୍କ ମଧ୍ୟରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ତୁନ ଗାଁ ରେ ସ୍ଥାପନ ପାଇଁ ନିଷ୍ପତି ହୋଇଥିଲା , ହେଲେ ନିଷ୍ପତ୍ତି କୁ ଅଣଦେଖା କରି ନୂତନ ପଞ୍ଚାୟତ କାର୍ଯ୍ୟାଳୟ କନ୍ଦାବୁଟ୍ରା ରେ ନିର୍ମାଣ କୁ ଵିରୋଧ କରି ଆସୁଛନ୍ତି ତୁନ ଗାଁ ର ୫ ଗୋଟି ୱାର୍ଡ ବାସିନ୍ଦା। ଏହା କୁ ପ୍ରତିବାଦ କରି ତୁନ ଗାଁ ର ଜନସାଧାରଣ ଅନେକ ସମୟରେ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ସ୍ଥାନୀୟ ନେତା ମନ୍ତ୍ରୀ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଛନ୍ତି ହେଲେ ୫ ବର୍ଷ ପରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେଲେ ଗ୍ରାମବାସୀ ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି, ମାମଲା ବିଚାରାଧୀନ ରହିଥିବା ନେଇ ବ୍ଲକ ପ୍ରଶାସନ ଅଧିକାରୀ କହୁଥିବା ବେଳେ ପୁଣି ଏବେ ଆସିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ନିଜର ହକ ଓ ଦାବି କୁ ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କ ଠାରେ ପ୍ରତିବାଦ କରିବାର ସୁଯୋଗ ମିଲିଛି, ନିଜର ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହୋଇଥିବା ପ୍ରତିବାଦ ରେ ଚଳିତ ପଂଚାୟତ ନିର୍ବାଚନ କୁ ବର୍ଜ୍ଜନ କରିବାକୁ ଶପଥ ନେଇଛନ୍ତି ତୁନଗାଁ ଭୋଟର ଓ ବାସିନ୍ଦା, ଚଳିତ ପଞ୍ଚାୟତ ନିର୍ବାଚନ ରେ ଏହି ତୁନ ଗାଁ ଗ୍ରାମରୁ ୫ ୱାର୍ଡ ରୁ କୌଣସି ପ୍ରାର୍ଥୀ ନାମାଙ୍କନ କରିନାହାନ୍ତି କିମ୍ବା କୌଣସି ଦଳୀୟ ପ୍ରାର୍ଥୀ କିମ୍ବା ସରପଞ୍ଚ ,ସମିତି ସଭ୍ୟ ଙ୍କୁ ଗାଁ କୁ ଭୋଟ ପ୍ରଚାର ପାଇଁ ପସାଇ ଦେବେ ନାହିଁ ଗ୍ରାମବାସୀ କହିଛନ୍ତି।କାଶିବାହାଲ ପଞ୍ଚାୟତ ରୁ ୨୦୧୫ ରେ ଅଲଗା ହୋଇ ଏକ ସ୍ୱତନ୍ତ୍ର ପଞ୍ଚାୟତ ର ମାନ୍ୟତା ପାଇଥିବା କନ୍ଦାବୁଟ୍ରା ପଞ୍ଚାୟତ ୧୧ ୱାର୍ଡ କୁ ନେଇ ଗଠିତ, ଏହି ପଞ୍ଚାୟତ ର ତୁନଗାଁ ରେ ରହିଛି ୫ ୱାର୍ଡ ଏହି ୫ ୱାର୍ଡ ରେ ୧୧୨୮ ପାଖାପାଖି ଭୋଟର ରହିଛନ୍ତି ଓ ଯଦି ପ୍ରଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସ୍ଥାନାନ୍ତରିତ ନେଇ କୌଣସି ନିର୍ଭର ପ୍ରତିଶୃତି ନ ଦିଅନ୍ତି,ତାହେଲେ ସେମାନେ ପଞ୍ଚାୟତ ଭୋଟ ବର୍ଜ୍ଜନ କରିବେ ବୋଳି ଦୃଢ଼ ଶପଥ ନେଇଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନ ରେ କନ୍ଦାବୁଟ୍ର। ପଞ୍ଚାୟତ ରୁ ସମିତି ରେ ୨ ଜଣ ଓ ସରପଞ୍ଚ ରୁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ତେବେ କୌଣସି ପ୍ରାର୍ଥୀ ଙ୍କୁ ତୁନଗାଁ ଗ୍ରାମବାସୀ ସମର୍ଥନ କରିବେ ନାହିଁ କି ଭୋଟ ଦେବେ ନାହିଁ ବୋଳି ଭଗବାନ ପଟେଲ, ପ୍ରେମଲାଲ ଶବର, କୈଳାଶ ନାଏକ,ହର ପ୍ରସାଦ ପୁଝାରି, ଖଗେଶ୍ୱର ସୁନାନୀ, ପିତାମ୍ବର ପଟେଲ, ତୁଲାରାମ ପଟେଲ, ଭୁବନେଶ୍ୱର ଶବର, ଅଭି ନାଏକ, ଚିତ୍ରସେନ ପଟେଲ,ରଏନୁ ପାଣିଗ୍ରାହୀ, ପରାସର ବେମାଲ, ଇନ୍ଦୁ ପଟେଲ, ମାଳତୀ ପଟେଲ, ଜୟମ ନି ପୁଝାରି, ଚୌବନି ପଟେଲ ପ୍ରକାଶ କରିଥିବା ବେଳେ ସମସ୍ତ ଗ୍ରାମବାସୀ ଭୋଟ ବର୍ଜ୍ଜନ ପାଇଁ ଚେତାବନୀ ଦେଇଛନ୍ତି।।
previous post