ଡାବୁଗାଁ, ୧୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ କନ୍ୟାଶ୍ରମ ଠାରୁ ଗରୁଡଗୁଡା ଯିବା ରାସ୍ତାରେ ଗଢିଉଠିଥିବା ଡାବୁଗାଁ ଶ୍ରୀ ଶ୍ରୀ ରାମକୃଷ୍ଣ ମନ୍ଦିର ପରିସରରେ ରାମକୃଷ୍ଣ ପ୍ରେମୀ ଶ୍ରଧାଳୁ ଭାଇ ଓ ଭଉଣୀମାନଙ୍କ ଉପସ୍ଥିତିରେ ରାମକୃଷ୍ଣ ସେବା ସଙ୍ଘର ସୋମବାର ଏକ ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରୀ ରାମକୃଷ୍ଣ ଭାବ ପ୍ରଚାର ପରିଷଦ ନିର୍ଦେଶକ୍ରମେ ପ୍ରତିନିଧି ରୁପେ ଉମରକୋଟ ପରିଷଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେନଗୁପ୍ତା ମାର୍ଗଦର୍ଶକ ଭାବେ ଯୋଗ ଦେଇଥିବା ବେଳେ ଶ୍ରଧାଳୁ ଭକ୍ତ ସୁବ୍ରତ ପରିଡାଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଙ୍ଘର ପୁର୍ବତନ ସମ୍ପାଦକ ବାବି ଜେନା ପୁର୍ବ ବୈଠକ ବିବରଣୀ ପାଠ କରିଥିଲେ । ପୁର୍ବତନ କମିଟି ତିନି ବର୍ଷ ପୁରି ଯାଇ ଥିବାରୁ ସଙ୍ଘର ନିୟମ ପ୍ରକାରେ ସର୍ବ ସମ୍ମତିକ୍ରମେ ନୁତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ସୁରେଶ ସାମଲ, ଉପ ସଭାପତି ଭାବେ ଚୈତନ୍ୟ ବିଷୋୟୀ, ସମ୍ପାଦକ ଭାବେ ଦିବାକର ବାରିକ, ସହ ସମ୍ପାଦକ ରଞ୍ଜିତ୍ ବିଷୋୟୀ, କୋଷାଧକ୍ଷ ଭାବେ ରଘୁନାଥ ବିଷୋୟୀ, ଉପଦେଷ୍ଟା କମିଟିରେ ସୁବ୍ରତ ପରିଡା, ବାବି ଜେନା, ଡ. ସୁରେନ୍ଦ୍ର ନାଥ ଦାସ, ରାଧାନାଥ ବେହେରା, ଯୁଗସାଇ ଜାନି, ନିଳାଞ୍ଚଳ ପଣ୍ଡା, ଅଭିରାମ ପାଢୀ ପ୍ରମୁଖ ମାନଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଶେଷରେ ଗଙ୍ଗାଧର ମହାଙ୍କୁଡ ଉପସ୍ଥିତ ଥିବା ସମସ୍ତ ଶ୍ରଧାଳୁ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିସାରିବା ପରେ ସଭାପତିଙ୍କ ନିର୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ