ତେନ୍ତୁଳିଖୁଣ୍ଟି – ୧୯/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଆଜି ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ମୂଖ୍ୟ ଅତିଥି ବିଧାୟକ ସଦାଶିବ ପ୍ରଧାନୀ ଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ଓ କ୍ରୀଡା ମଶାଲ ପ୍ରଜ୍ଵଳନ ସହ ଆରମ୍ଭ ହୋଇଛି। ଏହି ଉଦଘାଟନୀ ଉତ୍ସବ ରେ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ,ଏ ବି ଇ ଓ ମୋହନ ମଧୁସୂଦନ ବାଘ ,ରମେଶ ଟା କ୍ରୀ ,ଡବ୍ଲୁ ଇ ଓ ଜଗମୋହନ ମାଝୀ ତେନ୍ତୁଳିଖୁଣ୍ଟି ସରପଞ୍ଚ ଟ ଭା ସାନ୍ତା ,ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ,ପୂଜାରିଗୁଡା ସରପଞ୍ଚ ଅନାଦି ମାଝୀ, ସମିତି ସଭ୍ୟା ବିନୋଦିନି ସିଂ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଉମେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କ୍ରୀଡା ଉତ୍ସବ ରେ 178 ଛାତ୍ରୀ ଛାତ୍ର 16 ଟି ଇଭେଣ୍ଟ ରେ ଜୁନିୟର ଓ ସିନିୟର ବିଭାଗ ରେ ଭାଗ ନେବେ। ଏହି କ୍ରୀଡାଉତ୍ସଵ ଦୁଇ ଦିନ ଚାଲିବ। । କ୍ରୀଡା ଶି କ୍ଷକ ପ୍ରଭାତ ପଟନାୟକ,ମନୋଜ ପୂଜାରୀ,ରବିନ୍ଦ୍ର ମୁଦୁଲି,ରବିନାଥ ପରିଡା ,ସୁନିତା ଖେର,ବି ରାଜା ପ୍ରମୂଖ କ୍ରୀଡା ପରିଚାଳନା କରୁଛନ୍ତି। କାଲି କ୍ରୀଡା ଉତ୍ସବ ଶେଷହେବ। କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ।
ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି