ରାଉରକେଲା/ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ, ରାଉରକେଲା ତରଫରୁ ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଓଡିଶା ଝାଡଖଣ୍ଡ ଉପାନ୍ତ ଲେଖକ କବି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାମୁଖ୍ୟର ମୁଖ୍ୟ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦିକା ରଶ୍ମି ବାଳା ରାଉତରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡାକ୍ତର ଗୀତାଞ୍ଜଳୀ ପତ୍ରୀ,ମୁଖ୍ୟଅତିଥି ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ଅଭୟ କୁମାର ଦାସ, ଝାଡଖଣ୍ଡରୁ ହୀରେନ୍ଦ୍ର ସିଂହ ଦେଓ, ବାଦଲ ଭୂୟାଁ ଓ ବିଷ୍ଣୁପଦ ସିଂହଦେଓ ପ୍ରମୁଖ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଓଡିଆ ଭାଷାର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସାହିତ୍ୟ ହିଁ ଏହି ଗ୍ଲୋବାଲ ଯୁଗରେ ମଣିଷକୁ ଯୋଡିପାରେ। ଏହାସହ ସାହିତ୍ୟ କିପରି ସୁଦୂର ପ୍ରସାରୀ ହେବ ଓ ଓଡିଶା ସାହିତ୍ୟ ଏକାଡ଼େମୀ କେବଳ ଓଡିଶାରେ ସିମୀତ ନରହି ଯେଉଁଠାରେ ଓଡିଆ ଭାଷା ପ୍ରଚଳନ ଓ ବ୍ୟବହାର ହେଉଛି ସେଠାରେ ମଧ୍ୟ କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଜୟିନୀ ଜେନାଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡ ରୁ ଆସିଥିବା ଅତିଥି ଓ କବି ଡଃ ଉତ୍ପଳା ଦାଶ, ସସ୍ମିତା ପାତ୍ର, ଜୟରାମ ଦାସ ମହାପାତ୍ର,ସତ୍ୟପ୍ରକାଶ କର,ମଣିଚରଣ ସାହୁ, ରାଜୀବ ସିଂହଦେଓ, ପ୍ରଦୀପ କୁମାର ଦାସ, ଚନ୍ଦନା ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ମହାପାତ୍ର ସ୍ବାଗତ ସମ୍ଭାଷଣ ସହ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ। ସଂପାଦିକା ଶ୍ରୀମତୀ ରାଉତରାୟ ପ୍ରାରମ୍ଭିକ ବକ୍ତବ୍ଯ ରଖିଥିଲେ । ରଶ୍ମି ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ପକ୍ଷରୁ ଝାଡଖଣ୍ଡରୁ ଆସିଥିବା ସମସ୍ତ ଅତିଥିକବିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକ ତଥା ନିରୁପମା ପତିଙ୍କ ସଂଯୋଜନାରେ ପ୍ରାୟ ୩୦ ଜଣ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମର ବୀନତା ମହନ୍ତ ଓ ସୁଶ୍ରୀ ସଂଗୀତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ସଂଯୋଜକ ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
previous post