ନୂଆପଡ଼ା : ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ।
ଦୁଇଟି ଅଟ୍ଟାଳିକା, କଲ୍ୟାଣ ମଣ୍ଡପ ଓ ବହୁ ଅଳଙ୍କାର ଠାବ କରାଯାଇଛି । ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା ଠାବ ହୋଇଛି । କଟକ ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ ଠାବ କରାଯାଇଛି । ଏହା ସହ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଓ ଚୌଦ୍ଵାରରେ ୩ ଏକର ଜମି ଠାବ ହୋଇଥିବା ଜଣାପଡିଛି । ତେବେ ଆଜିର ଏହି ଚଢାଉରେ ୬ଟି ଟିମ୍ରେ ୬ ଜଣ ଡିଏସ୍ପି, ୧୩ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୪୯୮ ଗ୍ରାମ୍ ସୁନା , ୨.୫ କେଜି ରୁପା ଗହଣା ଜବତ ହୋଇଛି । ଏବେବି ଚଢାଉ ଜାରି ରହିଛି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ