ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଙ୍କ ପ୍ରତି ଉତ୍ତର , , ଗତ ୨୦୨୧ ଅଗଷ୍ଟ ୨୭ ତାରିଖରେ ଖବରକାଗଜ ଓ ବିଭିନ୍ନ ଗଣମାଧ୍ୟମରେ ଖବରପ୍ରଶାରଣ ହୋଇଥିଲା ,ଏହି ଖବର ଆଧାରରେ , ଭାରତୀୟ ମାନବାଧିକାର ଆୟୋଗ ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ ଓ ପ୍ରଶାସନ ଙ୍କୁ ମଧ୍ୟ ଟ୍ୟୁଇଟ୍ ମାଧ୍ୟମରେ ଅବଗତ କରାଇଥିଲେ ବି ଏଚ ଆର୍ ସି l କଙ୍କଡ଼ାହାଡ଼ ବ୍ଲକ୍ କୁଟୁରିଆ ଗ୍ରାମର ବିଧବା ମହିଳା ପାଟ ସାହୁ ଆବାସ ଯୋଜନାରୁ ବଞ୍ଚିତ।ବହୁ ବର୍ଷ ଧରି ଝାଟିମାଟି ଘରେ ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି। ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ ବି ଏଚ ଆର୍ ସି । ଏହି ଖବର କୁ ଦେଖି , ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଚିଠି ପଠାଇଛନ୍ତି ଓ ଲେଖିଛନ୍ତି ପାଟସାହୁ ଙ୍କ ସ୍ୱାମୀ ଙ୍କ ନାମରେ ଆବାସ ଯୋଜନା ପଞ୍ଜିକୃତହୋଇଥିଲା, କିନ୍ତୁ ତାଙ୍କ ସ୍ୱାମୀ ଙ୍କ ର ଦେହାନ୍ତ ହେଇଗଲା,, ବର୍ତ୍ତମାନ ପାଟସାହୁ ପାଇବା ଯୋଗ୍ୟ। ହିତାଧିକାରୀ ପାଟସାହୁ ଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରଶାସନ କହିଛନ୍ତି।
previous post