ନବରଙ୍ଗପୁର–(ମସିହା)ନବରଙ୍ଗପୁର ମହାବିଦ୍ୟାଳୟର ଆଜି ସୁବର୍ଣଜୟନ୍ତୀ ଉଦଘାଟନୀ ଉଛବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ନବରଙ୍ଗପୁର ବିଧାୟକ ସଦାଶିଵ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ,ଲୋଇସିଙ୍ଘା ବିଧାୟକ ମୁକେଶ ମହାଲିଙ୍ଗ, ନବରଙ୍ଗପୁର ଜିଲାପାଳ ଡ଼ଃ.କମଳଲୋଚନ ମିଶ୍ର ମହୋଦୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣଜୟନ୍ତୀ ସମାରୋହ କାର୍ଯ୍ୟକ୍ରମକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସୁବର୍ଣଜୟନ୍ତୀ ସମାରୋହ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣଜୟନ୍ତୀ ସ୍ମରଣୀକା
ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଅଧକ୍ଷ ରାଧାନାଥ ବେହେରାଙ୍କ ଲିଖିତ ନବରଙ୍ଗପୁର ମହାବିଦ୍ୟାଳୟର ଇତିହାସ ଉପରେ ଲଖିତ ବହି ଉନ୍ମୋଚନ କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ନବରଙ୍ଗପୁର ମହାବିଦ୍ୟାଳୟକୁ ଅଟୋନମସ କଲେଜ କରିବା ପରିବର୍ତେ,
ସରକାରୀ କଲେଜ କରାଯାଉ, ଏଥିପାଇଁ ଯାହା ଆବଶ୍ୟକ କେନ୍ଦ୍ର ସରକାର ଯୋଗାଇଦେବେ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଲାଗୁ ହେବାକୁ ଥିବା ନୂଆ ଶିକ୍ଷାନୀତିକୁ କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ତିଆରି କରିନାହାନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଡ଼ଃ. କସ୍ତୁରୀ ରମଣ ଙ୍କୁ ଏହି ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନ କରିବାକୁ ଦେଇଥିଲେ।ଡ଼ଃ. କସ୍ତୁରୀ ରମଣ ମତରେ ଆଞ୍ଚଳିକ ଓ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ଆମ ଦେଶକୁ ଦୀର୍ଘ ଦିନଧରି ଅକ୍ତିଆର କରି ରଖିବାପାଇଁ ମେକେଲେ ଙ୍କ ଶିକ୍ଷା ପଦ୍ଧତିକୁ ଭାରତରେ ଇଂରେଜ ମାନେ ଲାଗୁକରିଥିଲେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।