ଭିମାପଦର କୁ ହରାଇ ଦମାପଲା ଚାମ୍ପିୟାନ
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଠାରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ମାଁ କାଳ ଦରିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏଥିରେ ଭିମାପଦର କୁ ହରାଇ ଦମାପଲା କ୍ରିକେଟ ଦଳ ଚମ୍ପିୟାନ ମୁକୁଟ ପିନ୍ଧିଛି । ମାଁ କାଳ ଦରିଆଣି କ୍ରିକେଟ କ୍ଳବ ଖୁଦପେଜ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳର ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ ଦମାପଲା ଓ ଭିମାପଦର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭିମାପଦର ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଧାରିତ ୧୫ ଓଭର ରେ ୫ ଜଣ ବ୍ୟାଟ୍ସ ମ୍ୟାନ କୁ ହରାଇ ୧୧୮ ରନ କରିଥିଲା । ଏହାର ଜବାବ ରେ ଦମାପଲା ଦଳ ୧୨ ଓଭର ରେ ୪ ଵିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଶେଷରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କ୍ରମ ରେ ନୂଆପଡା ଜିଲ୍ଲା ପରିଷଦ ଯୋନ ନଂ ୪ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଅଜିତ ଚଳାନ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖୁଦପେଜ ପଞ୍ଚାୟତ ର ଦୁଇ ଜଣ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀନୀ ହେମକାନ୍ତି ମାଝୀ ଓ ଭାନୁମତି ମାଝୀ ଯୋଗ ଦେଇ ବିଜେତା ଦଳ କୁ ୧୫ ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିବା ବେଲେ ଉପ ବିଜେତା ଦଳ କୁ ୧୦ ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ରୀଙ୍କୁ ବୁଡେକ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ସନ୍ନି ତାଣ୍ଡି ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଲବ ଶତପଥୀ ଓ ଥବିରାମ ଘିଭେଳା ଫାଇନାଲ ଖେଳକୁ ପରିଚାଳନା କରିଥିବା ବେଳେ ମାଁ କାଳ ଦରିଆଣି କ୍ରିକେଟ କ୍ଳବ ର ବୈଷ୍ଣବ ସତନାମୀ, ରମେଶ ଘିଭେଳା, ଧୀରେନ୍ଦ୍ର ମାଝୀ, ଅମର ସିଂ ଘିଭେଳା, ବିଦ୍ୟାଧର ସତନାମୀ, ପପୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ