ବାଲେଶ୍ୱର,୨୧/୧୨/୨୨-ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡି ମୁଖ୍ୟ ତଥା ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନୀଳଗିରି ବିଜେଡି କାର୍ଯ୍ୟାଳୟ ପରିସରରେ ସମସ୍ତ ପଞ୍ଚାୟତ ସଭାପତି, ବ୍ଲକ ସଭାପତି ଓ ପୁରୁଖା ବିଜେଡି ନେତାଙ୍କ ଉପସ୍ଥିତରେ ତା ୨୨/୧୨/୨୨ ରିଖରେ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଗ୍ରସ୍ତରେ ଆସୁଛନ୍ତି । ବାଲେଶ୍ୱର ଜିଲ୍ଲାକୁ ବିକାଶ କ୍ଷେତ୍ରରେ କିପରି ଆଗକୁ ଆଗେଇ ନେଇ ଏକ ସବୃଦ୍ଧ ବାଲେଶ୍ୱର ଗଠନ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ଆୟୋଜିତ ସଭାରେ ଉଦବୋଧନ ଦେବେ । ବାଲେଶ୍ଵରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବାରୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ଓ ପୁରୁଖା ବିଜେଡି ନେତା ମାନେ ଏକ ବିରାଟ ବାଇକି ରାଲିର ଆୟୋଜନ ହୋଇଛି । ଏହି ରାଲି ନୀଳଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ବାଲେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବ ଯାହା ବୈଠକରେ ଆଲୋଚନା ହୋଇଥିଲା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ