ରାଉରକେଲା/ ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ ଅନ୍ତର୍ଗତ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବିବିଧତା,ସମାନତା ଓ ସମାବେଶ ଆଧାରିତ ଆଲୋଚନା ଚକ୍ର ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି ।ଷ୍ଟିଲ ସିଟିର ଉପସଭାପତି ରୋଟାରୀଆନ ସନ୍ଧ୍ୟାରାଣୀ ବରାଳଙ୍କ ଆବାହକତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ର ରେ ୩୨୬୧ ଡିଷ୍ଟ୍ରିକ୍ଟ ର ଗଭର୍ଣ୍ଣର ରୋଟାରୀଆନ ଶଶାଙ୍କ ରସ୍ତୋଗୀ ମୁଖ୍ୟଅତିଥି , ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ୟାମାଶ୍ରୀ ସେନ୍, ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ଫକୀର ଚରଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବାବେଳେ ଆରଏସପିର ଉପମହାପ୍ରବନ୍ଧକ ଆନନ୍ଦିତା ମହାପାତ୍ର ମୁଖ୍ୟବକ୍ତା, ଅର୍ଘ୍ଯ ଗୁହା, ଏଜି ରୋଟାରୀଆନ ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର କାର୍ଯ୍ୟକ୍ରମର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଅନୁଷ୍ଠାନର ମହିଳା ବିଭାଗର ମୁଖ୍ୟ ରୋଟାରୀଆନ ଜୁଲିଆ ଗାଙ୍ଗୱାନୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ବକ୍ତବ୍ଯ ରଖିଥିଲେ । ରୋଟାରୀଆନ ସୁଚିସ୍ମିତା ବିଶ୍ବାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚାର୍ଟର କେକ କଟାଯାଇଥିଲା। ପ୍ରାରମ୍ଭରେ ଲାଠିକଟା ରାଧାକୃଷ୍ଣ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଓ ସ୍ବାଗତ ସଂଗୀତ ରୋଟାରୀଆନ ବୀଣାପାଣି ରଥ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ସର୍ବଶ୍ରୀ ଦିଲ୍ଲୀପ ଭୁଇ,ବିଭୁ ନାୟକ, ପୁତୁଲ ରାହୁଲ, ଲଳିତା ମୁଦୁଲି, ପିଉ ଗୁହା, ରାଜେନ୍ଦ୍ର ପ୍ରସାଦ, ନିରୁପମା ମିଶ୍ର, ଅର୍ଚ୍ଚନା ମହାନ୍ତି, କାବେରୀ ବାନାର୍ଜୀ,କୁମାର ବେହେରା,ଗୌରୀ ନାଗ, ମଞ୍ଜୁ ମେହେର,ଇନ୍ଦିରା ନନ୍ଦ,ପ୍ରତିଭା ଦେ,କୁଲଜିତ ସିଦ୍ଧୁ, ନିବେଦିତା ମିଶ୍ର,ବବିତା ମହାନ୍ତି, ରୁଦ୍ରଞ୍ଜନ ବେହୁରା,ସଂଞ୍ଜିତ ଛୋଟରାୟ,ବିକାଶ ବାରିକ, ଦିବାକର ବିଶୋଇ,ଚମ୍ପାବତୀ ଅମାତ, ସଂଧ୍ୟା ସାହୁ, ପ୍ରେଟି କୌର, ପ୍ରିତୀ ଅଗ୍ରୱାଲ, ମଳୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ର ରେ ଭିଲାଇ,ଧମତରୀ, ସମ୍ବଲପୁର ଗ୍ରେଟର, ରାୟପୁର ମିଲେନିୟମ, ସୁନ୍ଦରଗଡ,କାଲକାଟା ସମେତ ରାଉରକେଲାର ସମସ୍ତ ରୋଟାରୀଆନ ଗୃପ ରେ ଯୋଗ ଦେଇଥିଲେ ।
next post