ତେନ୍ତୁଳିଖୁଣ୍ଟି -୨୧/୧୨/୨୨ – ନବରଙ୍ଗ ପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଚପଳ। ଦେଇ ଙ୍କ ଅବାହକତ୍ୱ ରେ ଆଜି ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ସ୍ଥାନୀୟ ସରପଞ୍ଚ ବନ୍ଦିତା ନାୟକ ,ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଯଥାକ୍ରମେ ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।ସମ୍ମାନିତ ଅତିଥିଭାବେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ,ରମେଶ ଟାକ୍ରୀ ,ସି ଆର ସି ସି ପ୍ରମୋଦ। ସାମଲ ମଞ୍ଚାସିନ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପନ ନାୟକ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ରାଇଲା ସାନ୍ତା ମଧ୍ୟ ମଞ୍ଚାସିନ ଥିଲେ। ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ବିଦ୍ୟାଳୟର ଶିକ୍ଷୟତ୍ରୀ ଅର୍ଚ୍ଚନା ପଟନାୟକ ଓ ଛାତ୍ରୀ ଛାତ୍ରପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅନୁଷ୍ଠିତ ବିଭିନ୍ନ ଖେଳ ର ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ଓ କ୍ରୀଡା ଚମ୍ପିୟାନ ଭାବେ ସୌମ୍ୟରଂଜନ କବିର ଙ୍କୁ ଚମ୍ପିୟାନ ଟ୍ରଫି ଓ ମାନ ପତ୍ର ଦେଇଥିଲେ ମୂଖ୍ୟ ବକ୍ତା। ବିଦ୍ୟାଳୟ ର ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ଲୀପାଞ୍ଜଳି ନାୟକ ଓ ବିଦ୍ୟାଳୟ ରେ ଶତପ୍ରତିଶତ ଉପସ୍ଥାନ ପାଇଁ ରୁଦ୍ରମୋହନ କୁମ୍ଭାର ଙ୍କୁ ପୁରସ୍କୃତ କରାଯାଇଛି। ଇତ୍ୟବସରରେ ବିଦ୍ୟାଳୟ ପରିଚାଳନା କମିଟିସଭ୍ୟ ସଭ୍ୟା ଓ ବିଦ୍ୟାଳୟ ର ପାଚିକା ମାନଙ୍କୁ ସେମାନଙ୍କ ନିରବଛୀନ୍ନ ସେବା ପାଇଁ ସମ୍ମାନିତ କରାଯାଇଥିଲା। କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କ ପ୍ରତିଭା ବାହାରକୁ ଆଣି ତାଲିମ ପ୍ରଦାନ ଉଦ୍ଦେଶ୍ୟରେ ସରକାର ଚଳିତ ବର୍ଷ କ୍ରୀଡା କୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ବୋଲି ମୂଖ୍ୟବକ୍ତା ଭୌମିକ କହିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଅର୍ଚ୍ଚନା ପଟନାୟକ ,ରିତା ଗୌଡ଼ ,ମମତା ପାଣିଗ୍ରାହୀ ହୀରଣ୍ୟ ମୁଦୁଲି ପ୍ରମୂଖ ସହଯୋଗ କରିଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି