ରୁପ୍ରା, ୨୧/୧୨ ( ମନିସ) : ନର୍ଲାବ୍ଲକ୍ ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ଅପରାହ୍ନରେ ମକ୍ – ପାର୍ଲାମେଣ୍ଟ (ନମୂନା ସାଂସଦ) କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଖମାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସୁନ୍ଦର ଭାବରେ ଗୃହକାର୍ଯ୍ୟ ପରିଚାଳନା କରିଥିଲେ। ପାର୍ଲାମେଣ୍ଟ ଠାରେ ଯେମିତି ଗୃହକାର୍ଯ୍ୟ ପରିଚାଳିତ ହୋଇଥାଏ ଠିକ୍ ସେହିପରି ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମକ୍ – ପାର୍ଲାମେଣ୍ଟ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ସରକାରୀ ଦଳର ମୁଖ୍ୟ ଭୂମିକାରେ ଛାତ୍ର ସ୍ୱୟମ୍ ସ୍ୱାଗତ କର ଥିବାବେଳେ ବିରୋଧୀ ଦଳର ନେତା ଦିବ୍ୟାଂଶୁ ବିଶ୍ୱାଲ, ବାଚସ୍ପତି ପରି ଅଗ୍ରୱାଲ ଓ ଜ୍ୟୋତିର୍ମୟୀ ଭୋଇ ମାର୍ଶାଲ ଦାୟିତ୍ବ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସାଂସଦ ଭାବରେ ଉକ୍ତ ଗୃହକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ତରୁଣ ପାଣ୍ଡେ, ରାଜକିଶୋର ରଣା ଓ ଶିକ୍ଷୟିତ୍ରୀ ସୁଶ୍ରୀ ମୋନାଲିସା ଚନ୍ଦନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
previous post