ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆଶିକୁଆ ଗ୍ରାମଠାରେ ଆଜି କୃଷ୍ଠ ରୋଗ ନିରାକରଣ ଏବଂ କୃଷ୍ଠ ମୁକ୍ତ ଭାରତ ନିର୍ମାଣ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ଉପଲକ୍ଷେ ଡାକ୍ତର ଅର୍ଣ୍ଣଦା ଶଙ୍କର ଦାଶ୍ ଙ୍କ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଅଙ୍ଗନୱାଡି, ଆଶା, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ରେ କୃଷ୍ଠ ରୋଗ ମୁକ୍ତ ଭାରତ ନିର୍ମାଣ ନେଇ ଶପଥ ନେଇଥିବା ବେଳେ ସମସ୍ତେ ସଚେତନ ହୋଇ ଶରୀର ରେ କୌଣସି ଦାଗ ଦେଖା ଦେଲେ ଡକ୍ଟରଙ୍କ ପରାମର୍ଶ ନେବା ଆହ୍ବାନ କରିଛନ୍ତି। ଗାନ୍ଧୀ ବାଣୀକୁ ଶପଥ ନେଇଥିଲେ। ସମସ୍ତେ ସଚେତନ ରେଲି ଭୁଲିଆଶିକୁଆ ଗ୍ରାମ ପରିକ୍ରମା କରିଅଛି। ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଧବଲେଶ୍ବର ମେହେର, ସ୍ବାସ୍ଥ୍ୟ କର୍ମୀ କ୍ଷୀରୋଦ ସେଠି ସହ ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ