ଡାବୁଗାଁ, ୨୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ମାନିଗାଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗତ ୭/୧୧/୨୦୨୨ ତାରିଖ ସୋମବାର ଦିନ ଏକ ଛାତ୍ର ନିଖୋଜ ପରେ ୯/୧୧/୨୦୨୨ ଦିନ ଛାତ୍ର ର ଝୁଲନ୍ତା ମୃତଦେହ ମିଳିଥିଲା । ଫଳରେ ଛାତ୍ର ଙ୍କ ପରିବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପରକୁ ଆକ୍ରମଣ କରିବା ନେଇ ଡାବୁଗାଁ ଥାନା ରେ ଅଭିଯୋଗ ହୋଇଥିଲା । ସୂଚନା ଯୋଗ୍ୟ : ଡାବୁଗାଁ ଥାନା ଅଧିନ ବାଉଁଶବେଡା ଗ୍ରାମର ଖଗପତି ହରିଜନ ଙ୍କ ପୁଅ ଙ୍କ ଶଙ୍କର ହରିଜନଙ୍କ ଝୁଲନ୍ତା ମୃତ ଦେହ ମିଳିବା ପରେ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ହୋଇଥିଲା | ପରେ ମୃତକର ସମ୍ପର୍କୀୟ ମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମାଡ ମାରିଥିଲେ | ଏନେଇ ପ୍ରଧାନ ଶିକ୍ଷକ ସାନକିଶୋର ନାୟକ ୧୦.୧୧.୨୨ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୭୬/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ଏନେଇ ବୁଧବାର ଥାନା ପୋଲିସ ଶିକ୍ଷକ ଙ୍କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତ ବାଉଁଶବେଡା ଗ୍ରାମର ଡମ୍ବରୁଧର ହରିଜନ (୨୮) ଓ ନୀଳାମ୍ବର ହରିଜନ (୨୬) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |
ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ