ତେନ୍ତୁଳିଖୁଣ୍ଟି – ୨୧/୧୨/୨୨୍ର) ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରୀଗୁଡା ପଞ୍ଚାୟତ ର ବିଶାଗୁଡା ଗ୍ରାମର ବୃଦ୍ଧା ଦମ୍ପତି ହେଲେ ଧନ ସିଂ ହରିଜନ ସ୍ତ୍ରୀ ଲଳିତା ହରିଜନ ।ଏହି ଦମ୍ପତିଙ୍କ ଦୁଇ ପୁଅ ରହିଛନ୍ତି ମାତ୍ର ପୁଅ ମାନଙ୍କ ପରିବାର ଅଲଗା ରହୁଥିବା କହିଛନ୍ତି । ଲଳିତା ହରିଜନ କହିଥିଲେ,କେବଳ ପେନସନ ଓ ଚାଉଳ 10 kg ରେ ଜୀବନ ଜୀବିକା ଚଳୁଛି । ପାଳ ଚାଳ ରେ ଘର ଥିଲା ,ବର୍ଷା ଦିନରେ ଭୁଶୁଡି ପଡିବାରୁ ଏହି ଘର କୁ ପଲିଥିନ ଘୋଡାଇ ଜୀବନ ବଞ୍ଚାଇ ଚଳୁଛୁ ବୋଲି କହିଛନ୍ତି।ବୃଦ୍ଧା ଧନସିଂ ମଇଁଷି ଦୁଇଟି ରଖିଛି । ସେହି ଦୁଇ ମଇଁଷି କୁ ଦିନରେ ଚରେଇ ନିଅନ୍ତି ବୋଲି ବୃଦ୍ଧା ସ୍ତ୍ରୀ ପ୍ରକାଶ କରିଛନ୍ତି। ଘର ଭୁଶୁଡ଼ି ପଡିବାରୁ କେବଳ ତେନ୍ତୁଳିଖୁଣ୍ଟି ତହସିଲ ଅଫିସ ରୁ ଜରି ଦେଇଥିବା ଜଣାପଡ଼ିଛି।ଘର ଖଣ୍ଡିକ ଯୋଗେଇ ଦେଲେ ଉପକୃତ ହେବୁ ବୋଲି କହିଛନ୍ତି।
ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି