ଆଜି ତା 19-12-2022ରିଖ ସୋମବାର ସନ୍ଧ୍ୟା 6ଘଟିକା ସମୟରେ ଉପ ନିର୍ଦେଶକ ଯୋଜନା ଓ ପରିସଂଖ୍ୟାନ ସଂମିଳନୀ ଗୃହରେ କଳାହାଣ୍ଡି କ୍ୟାରମ ସଂଘ ତରଫରୁ ଆଗାମୀ କଳାହାଣ୍ଡି ଉତ୍ସବ ଘୂମୁରା -2023 ଉପଲକ୍ଷେ ଜିଲ୍ଲା ସ୍ତରୀୟ କ୍ୟାରମ ପ୍ରତିଯୋଗିତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ଦାସ (ବାପି ) ଅଧ୍ୟକ୍ଷତା କରିଥିଲେ I ସଂଘର ସାଧାରଣ ସମ୍ପାଦକ ଜନାବ ଅବଦୁଲ ରେହମାନ ଖାଁ ଏବଂ ବରିଷ୍ଠ ଉପସଭାପତି ଶ୍ରୀ ପ୍ରଭାତ ବ୍ରହ୍ମା ଆଗାମୀ ପ୍ରତିଯୋଗିତା ବିଷୟରେ ବିଶଦ ଆଲୋଚନା କରିଥିଲେ I ବାରିପଦା ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ୟାରମ ପ୍ରତିଯୋଗିତା ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଛାତ୍ର ସୌମ୍ୟ ରଞ୍ଜନ ତ୍ରିପାଠୀ ଏକକ ବିଭାଗରେ ବିଜେତା ହୋଇଥିବାରୁ ତାକୁ ଶ୍ରୀ କ୍ଷୀରୋଦ ମୁଣ୍ଡଙ୍କ ଦ୍ୱାରା ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା I ଏହି ପ୍ରତିଯୋଗିତା ଆସନ୍ତା ଜାନୁଆରୀ ମାସ 8 ଓ 9 ତାରିଖରେ ଅନୁଷ୍ଠିତ ହେବ I ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସଂକୁଳେଶ୍ୱର ମିଶ୍ର, ସନ୍ତୋଷ ବେହେରା, ଠାକୁର ଦତ୍ତ ପାଲ, ବରୁଣ କୁମାର ବିଶି, ମୁକେଶ ବଗର୍ତି, ବାବୁଲା ଗହୀର, କେଦାରନାଥ ନାଗ, ସୁଶାନ୍ତ ମହାନ୍ତି, କିଶୋର ଅଗ୍ରୱାଲ ଓ ପ୍ରଜ୍ଞ୍ୟା ଦୀପ୍ତ ମାଝୀ ଉପସ୍ଥିତ ରହି ନିଜସ୍ୱ ମତାମତ ରଖିଥିଲେ I ପରିଶେଷରେ ସଭାପତି ଶ୍ରୀ ପ୍ରଦୀପ କୁମାର ଦାସ ଜିଲ୍ଲା ପ୍ରଶାସନ ବିଶେଷ କରି ଜିଲ୍ଲାପାଳ ମହୋଦୟା, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଉପନିର୍ଦେଶକ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I
କିଶନ ଶର୍ମା , ଭବାନୀ ପାଟଣା