ଚିଲିଗୁଡା( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୩୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗିତା ୩ ଦିନ ଧରି ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ତାର ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ଏଥିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି କୃତ କାର୍ଯ୍ୟ ହୋଇଥିଲେ । ଉଦଯାପିତ ଦିବସରେ ବଣି ଜରା ପଞ୍ଚାୟତ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜିତ ମେହେର ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ସ୍କୁଲରେ ଖେଳ ଶିକ୍ଷକ ନ ଥିବା ସ୍ୱତେ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସ।ହ କୁ ଦେଖି ବିଦ୍ୟଳୟର ପ୍ରଧାନ ଶିକ୍ଷକ ବାର୍ଷିକ କ୍ରୀଡା ପ୍ରତିଯୋଗିତା କରିଥିଲେ ।ଏଥିରେ ଦାସୀ ଗାଁ ପଞ୍ଚାୟତ ହାଇ ସ୍କୁଲର ଖେଳ ଶିକ୍ଷକ ଶରତ ସାହୁ ,ବଣି ଜରା ହାଇ ସ୍କୁଲର ଖେଳ ଶିକ୍ଷକ ଶରତ କୁମାର ଠାକୁର ଏବଂ ବାଙ୍କ ପଲ।ସ ହାଇ ସ୍କୁଲର ଖେଳ ଶିକ୍ଷକ ବିକାଶ କୁମାର ମହାନ୍ତ ଏବଂ ଅବସର ଖେଳ ଶିକ୍ଷକ ନରେନ୍ଦ୍ର ନେଗି ଯୋଗଦାନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ବିଦ୍ୟଳୟର ସହକାରୀ ଶିକ୍ଷକ ଅମୂଲ୍ୟ ମେହେର ,ନିରାକାର ଦାସ ଏବଂ ଅକ୍ଷୟ ସତନାମୀ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ପ୍ରତିମା ଛତ୍ରିଆ ,।
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ