ରୁପ୍ରା : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ଠାରେ ବୁଧବାର ଦିନ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି। ଏଥିପାଇଁ ବୁଧବାର ଦିନ ଛାତ୍ରଛାତ୍ରୀମାନେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ ଖେଳ ପରିଚାଳନା କରିଥିଲେ । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଇଓ ଗୋବର୍ଦ୍ଧନ ମାଝୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ନାଏକ ପ୍ରମୁଖ ଯୋଗଦାନ କରିଥିଲେ।
ବରିଷ୍ଠ ଶିକ୍ଷକ ବିଷ୍ଣୁ ଚରଣ ସେନାପତି ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ଯାନୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ବିଫଳତା ହିଁ ସଫଳତାର ଚାବିକାଠି’ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ଏବିଇଓ ଶ୍ରୀ ମାଝୀ ଖେଳକୁଦ କଲେ ନିଜ ଶରୀରକୁ ମିଳୁଥିବା ଉପକାରିତା ବାବଦରେ ଆଲୋଚନା କରିଥିଲେ, ପ୍ରଧାନଶିକ୍ଷକ ଶ୍ରୀ ନାଏକ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ କାର୍ତ୍ତିକେଶ୍ୱର ମିଶ୍ର, କେ. ଗଣେଷ ଆଚାରୀ, ବିଦ୍ୟାଧର ଭୋଇ, ତୀର୍ଥ ସାହୁ, ସୁଶାନ୍ତ ଦେବ, କେ ଜ୍ୟୋତିରଞ୍ଜନ ପାତ୍ର, ଦିଶେନ୍ଦ୍ର ପଟେଲ ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ଦଳେଇ କର୍ମଚାରୀ ବଶିଷ୍ଠ ସାହୁ, ତ୍ରିଲୋଚନ ମାଝୀ ଓ ରୋହିତ ସା ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ