ଜୁନାଗଡ଼,୨୨/୧୨(ମ ନି ସ) ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ବଳଦିଆ ମIଲ ସ୍ଥିତ ମହାରାଣୀ କସ୍ତୁରୀକା ମୋଦି ନି ସେଣ୍ଟର୍ ଅଫ୍ ଆଯୁକେଶନ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଛି l ପ୍ରଥମେ ଗ୍ରାମ ଦେବୀ ମା ଲଙ୍କେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ସ୍କୁଲ ଛାତ୍ର ଛାତ୍ରୀ, ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମବାସୀଙ୍କ ଗହଣରେ ମଶାଲ ଶୋଭାଯାତ୍ରା ବାହାରି ସ୍କୁଲ ଅଭିମୁଖେ ଆସିଥିଲେ l ଉକ୍ତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ଅର୍ଚ୍ଚନା ମେହେର,ପ୍ରଭାକର ସେଠୀ, ଶିକ୍ଷା ବିତ ତଥା ସ୍କୁଲ କମିଟି ସମ୍ପାଦକ ଶ୍ରୀବତ୍ସ ମେହେର,କମିଟି ସଦସ୍ୟ ପରୀକ୍ଷିତ ମେହେର, ଘନ ଶ୍ୟାମ ମେହେର, ସମିତି ସଭ୍ୟ l ମିନା ବାଗ, ପ୍ରମୁଖ ଉପସ୍ଥିତ ଥିଲେ l ସ୍କୁଲ ପ୍ରିନ୍ସିପାଲ ଗଜେନ୍ଦ୍ର ପ୍ରସାଦ ପାଣିଗ୍ରାହି ମଞ୍ଚ ପରିଚାଳନା କରିଥିଲେ l ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଛି l ଦୁଇଦିନ ଧରି କାର୍ଯକ୍ରମ ଚାଲୁ ରହିଥିବାବେଲେ ଏଥିରେ ଶିକ୍ଷକ କଙ୍ଗଲୁ ପ୍ରଧାନ, ଭାନୁ ପ୍ରିୟ ଖିତି,ପିଣ୍ଟୁ ମେହେର, ଅକ୍ଷୟ କବୀର୍, ଅଭିମନ୍ୟୁ ମେହେର,ମନୋଜ କୁମାର ମେହେର, ପ୍ରତିମା ସାହୁ, ବିବେକାନନ୍ଦ ମେହେର, ତରଣ ମେହେର, ଆରାଧନା ଦଣ୍ଡସେନା, ମଳୟ ପଣ୍ଡା, ହେମନ୍ତ ମହାଳିକ, ସ୍ୱାଗତିକା ପଣ୍ଡା, ଦୁର୍ଯୋଧନ ଦୀପ,ଅନୁମତ ମେହେର, ଅର୍ଚ୍ଚନା ମିଶ୍ର,ମିନା ମେହେର, ବିଭୁଦତ୍ତ ନାଏକ, ମିନା,ସୁପ୍ରିୟା,ସୁନୀତା, ରାଜନି,ଜିତେନ୍ଦ୍ର ସିନ୍ଧୁସୂତ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ l ଉକ୍ତ ବିଦ୍ୟାଳୟ ଟି ଶିକ୍ଷା କ୍ଷେତ୍ରରେ ଜିଲ୍ଲାରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ବେଳେ ପ୍ରାୟତଃ କ୍ରୀଡାର ଭିତ୍ତି ଭୂମି ତଥା ଖେଳ ପଡିଆ ର ଅଭାବ ଥିବାବେଳେ ଏହାକୁ ପୂରଣ କରିବା ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯିବା କୁ ସ୍ଥାନୀୟ ଜନପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇ ଥିଲେ l
Uncategorizedଅପରାଧଅର୍ଥନୀତିଅଳପ ଗଳ୍ପଆଞ୍ଚଳିକଆମ ଓଡ଼ିଶାକ୍ରୀଡ଼ାଜୀବନ ରେଖାତାଜା ଖବରତୀର୍ଯ୍ୟକ୍ଦର୍ପଣଧର୍ମୀୟ ସଂସ୍କୃତିନିଯୁକ୍ତିପ୍ରବନ୍ଧବିଦେଶବିବିଧଭିଡ଼ିଓମନୋରଞ୍ଜନରାଜନୀତିରାଶିଫଳସାହିତ୍ୟ ଅଗଣାସ୍ଵାସ୍ଥ୍ୟ