ନୂଆପଡା: ଗ୍ରାମ୍ୟ ନିର୍ମାଣ ବିଭାଗର ନିମ୍ନ ମାନର ପିଚୁରାସ୍ତା କାର୍ଯ୍ୟ । ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ସ୍ଥଳ ପରିଦର୍ଶନ ନକରିବା ଓ କେବଳ ଠିକାଦାରଙ୍କୁ ଅଧିକ ଲାଭ ଯୋଗାଇ ଦେବା ସହିତ ନିଜେ ମାଲେ ମାଲ ହେବା ନୀତି ଯୋଗୁ ପିଚୁ ରାସ୍ତା କାର୍ଯ୍ୟ ତିଆରି ହୋଇ ପନ୍ଦର ଦିନ ମଧ୍ୟରେ ଅନେକ ସ୍ଥାନରେ ଭାଙ୍ଗିଯାଇଥି ନଜରକୁ ଆସିଛି । ଏପରି ଏକ ନିମ୍ନ ମାନର ପିଚୁରାସ୍ତା କାର୍ଯ୍ୟ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତର କୋଟମାଲ ଠାରୁ ମହୁଲକୋଟ ତିନି କିଲୋମିଟର ରାସ୍ତା । ଏହି ରାସ୍ତା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇ ନିଘଞ୍ଚ ଜଙ୍ଗଲ ଘେରା ମଧ୍ୟରେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ଏହି ତିନି କିଲୋମିଟର ପିଚୁରାସ୍ତା ଗତ ପନ୍ଦର ଦିନ ମଧ୍ୟରେ କାର୍ଯ୍ୟ ହୋଇଛି । ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧରଙ୍କ ଅଭିଯୋଗ ଅନୁଯାଇ ରାସ୍ତା ନିର୍ମାଣ ସମୟରେ କୌଣସି ବିଭାଗୀୟ ଅଧିକାରୀ ଏକ ଦିନ ମଧ୍ୟ ରାସ୍ତା କାର୍ଯ୍ୟ ଦେଖିବା ପାଇଁ ଆସିନଥିଲେ ଫଳରେ ସମ୍ପୃକ୍ତ ଠିକାଦାର ନିଜ ମନଇଚ୍ଛା ନିମ୍ନ ମାନର କାର୍ଯ୍ୟ କରିଛନ୍ତି । ପିଚୁ ରାସ୍ତାରେ ତିଆରି କରିବା ପୂର୍ବରୁ ଠିକ ଭାବରେ ରାସ୍ତାର ଧୂଳି ସଫା କରିବାର ନିୟମ ଥିବା ବେଳେ ଧୂଳି ସଫା କରାଯାଇ ନାହିଁ କି ଠିକ ଭାବରେ ପ୍ରାଇମିୟର ସିଞ୍ଚନ କରାଯାଇ ନାହିଁ ଓ ଚିପ୍ସରରେ କମ ପରିମାଣର ପିଚୁ ଲାଗିଛି ଫଳରେ ରାସ୍ତା ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଖଡ଼ିଆଳ ସୂତ୍ରରୁ ପ୍ରକାଶ ଯେ ଠିକାଦାର ରୂପେଶ ଅଗ୍ରୱାଲ ଖରିଆର ରୋଡ ଖଡ଼ିଆଳ ବ୍ଲକର ଛଅ ଗୋଟି ରାସ୍ତା କୋଟାମାଲ ଠାରୁ ମହୁଲକୋଟ, ସିନାପାଲି ପି ଡବ୍ଲୁ ଡି ରାସ୍ତା ଠାରୁ ଜୁନାପାଣି, ଚଚରାଭଟା ଠାରୁ ହଂସ ପଡା, ଆରଡ଼ି ରାସ୍ତା ଠାରୁ ମାଣ୍ଡୋସିଲ, ପି ଡବ୍ଲୁ ଡି ରାସ୍ତା ଠାରୁ କୋଟି ପଦର ରାସ୍ତା, ପି ଡବ୍ଲୁ ଡି ରାସ୍ତା ଠାରୁ ଖଇର ପଦର ରାସ୍ତା କାର୍ଯ୍ୟ ଟେଣ୍ଡରରେ ପାଇଛନ୍ତି ମୋଟ ଅଟକଳ ୧,୩୯, ୬୯,୯୦୮ ଟଙ୍କାର କାର୍ଯ୍ୟ ବୋଲି ଜଣାଯାଇଛି । ସମ୍ପୃକ୍ତ ଠିକାଦାର କରିଥିବା ଛଅ ଗୋଟି ପିଚୁରାସ୍ତା କାର୍ଯ୍ୟ ନିମ୍ନ ମାନର ହୋଇଥିବା ବେଳେ ସେହି ରାସ୍ତା ଗୁଡିକର ଅନେକ ସ୍ଥାନରେ ପିଚୁ ଉଠି ଯାଇଥିବା ବେଳେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିବା ନଜରକୁ ଆସିଛି । ଏନେଇ ବିଭାଗୀୟ ଏସଡ଼ିଓ ଶ୍ରୀଭୁବନ କରୁଆଙ୍କୁ ପଚାରିବାରୁ ନିମ୍ନମାନର କାର୍ଯ୍ୟ ହୋଇଛି ତାର ବିଲ ମଧ୍ୟ ହୋଇନାହିଁ ମୁ ଠିକାଦାରଙ୍କୁ କହୁଛି ତାର ମରାମତି କରିଦେବେ ବୋଲି ପ୍ରକାଶ କରିଛନ୍ତି । କାହିଁକି ନିମ୍ନ ମାନର କାର୍ଯ୍ୟ ହୋଇଛି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିଭାଗୀୟ ଅଧିକାରୀ ମାନଙ୍କ ବିରୋଧୀରେ କାର୍ୟ୍ଯନୁଷ୍ଠାନ ଗ୍ରହଣ କରିବାକୁ ଦାବିହୋଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ