ନୁଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତ ବୁଢୀପଦର ଗ୍ରାମର ରାଜୁ ନାଏକ। ସେ ଜଣେ ଭିନ୍ନକ୍ଷମ । ଭତ୍ତା ଖଣ୍ଡିଏ ପାଇଁ ୫ ବର୍ଷ ହେବ ସଂଘର୍ଷ କରି ଆସୁଛନ୍ତି। ଭିନ୍ନକ୍ଷମ ମାନଙ୍କ ପାଇଁ ଯୋଜନା ଥିଲେ ମଧ୍ୟ ସବୁ ଯୋଜନା ଅନେକ ଲୋକଙ୍କ ପାଇଁ ସପନ ହୋଇ ରହିଯାଉଛି। ରାଜୁଙ୍କ କହିବା ହିସାବରେ ସେ ଭତା ଖଣ୍ଡିକ ପାଇଁ ମାସ ମାସ ଧରି ସରକାରୀ ବାବୁଙ୍କ ଠୁ ଆରମ୍ଭ କରି ଅନେକ ନେତାଙ୍କୁ ମଧ୍ୟ ନିଜର ସମସ୍ୟ ବିଷୟରେ ଅବଗତ କରାଇଲେ। କିଏ ମଧ୍ୟ ଜଣେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଫରସରା ଗ୍ରାମପଞ୍ଚାୟତର ଅଧିକାରୀ, ସେମାନେ କିଛି କର୍ଣ୍ଣପାତ କରି ନ ଥିବାରୁ ଖଡ଼ିଆଳ ବିଧାୟକ ଓ କଳାହାଣ୍ଡି ଲୋକସେବା ସାଂସଦଙ୍କୁ ମଧ୍ୟ ଦରଖାସ୍ତ ଦେଇ ନିଜର ଲୁହ ଭରା କଷ୍ଟ ବିଷୟରେ ଅବଗତି କରାଇଥିଲେ। ହେଲେ ପଞ୍ଚାୟତ ଆରମ୍ଭ କରି ସାଂସଦକୁ ଜଣାଇଥୁଲେ ମଧ୍ୟ ଆଜକୁ ପାଞ୍ଚ ବର୍ଷ ହେବ ସେ ଦୁଃଖଦ ଜୀବନ ଯାପନ କରୁଛନ୍ତି। ଭଲ ଭାବେ ଭାତ ମୁଠାଏ ଖାଇ ପାରୁଛନ୍ତି ନା ସେ ଚାଲିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି। ଘରେ ସ୍ୱାମୀ ସ୍ତ୍ରୀ ଛଡା କେହି ନାହାନ୍ତି। ସ୍ୱାମୀ ଭଲ ଥିବା ସମୟରେ କିଛି ରୋଜଗାର କରି ଦୁଇ ପ୍ରାଣୀର ପ୍ରତିପୋଷଣ ହେଉଥିଲେ। ବର୍ତ୍ତମାନ ପ୍ରଶାସନ ସହାୟତା ନିତାନ୍ତ ଜରୁରୀ ଅଟେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post