ଗୋଳାମୁଣ୍ଡା/ମସିହା/୪/୨, ତ୍ରିସ୍ତରୀୟ ନିର୍ବାଚନକୁ ଅନେକ ଆଶାୟୀ ପ୍ରାର୍ଥୀ ନିଜନିଜର ପ୍ରସ୍ତାବକ ସମର୍ଥକ ଓ ସପକ୍ଷ ଲୋକଙ୍କୁ ନେଇ ଭୋଟ ହାତେଇବା ପାଇଁ ଘର ଘର ବୁଲି ପ୍ରଚାର ଜୋର ସୋରରେ ଚାଲିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମାନଝରି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ରୂପେ ଛଅ ଜଣ ଆଶାୟୀ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଠିଆହୋଇ ଛନ୍ତି । ସେଥି ମଧ୍ୟରୁ ଶ୍ରୀମତୀ ନାମିତ କାଣ୍ଡ ସେହି ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ । ଯାହା ସୂଚନାରୁ ପ୍ରକାଶ ଯେ ଯୁବ ଚେହେରା ପ୍ରତି ଲୋକଙ୍କ ମୁହଁରେ ଆକୃଷ୍ଟ ଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଦୁଇ ପ୍ରତିଦ୍ୱନ୍ଦି ମଧ୍ୟରେ ସଂଘର୍ଷ ଲଢେଇ ହେବ ବୋଲି ଦେଖିବାକୁ ମିଳୁଛି । ନମିତା କାଣ୍ଡଙ୍କ ପ୍ରତି ଅଞ୍ଚଳର ଭୋଟର ମାନଙ୍କ ମଧ୍ୟରେ ଆକୃଷ୍ଟ ଥିବା ଜଣାପଡିଛି । ମାନଝରି ପଞ୍ଚାୟତର ବୃଦ୍ଧବୃଦ୍ଧା ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା କରାଇଦେବା ସଙ୍ଗେ ଅନେକ ନଳକୂପ ,ପାଣି ସମସ୍ୟା,ରାସ୍ତାଘାଟ ଉପରେ କାମ କରିବା ପାଇଁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଚଳିତ ନିର୍ବାଚନରେ ମାନଝରି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଶ୍ରୀମତୀ ନମିତା କାଣ୍ଡ ଠିଆ ହୋଇଛନ୍ତି ତାଙ୍କ ଚିହ୍ନ ହେଉଛି ଖୋଲା ଛତା ମାନଝରି ପଞ୍ଚାୟତ ସମସ୍ତ ଜନସାଧାରଣ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଭୋଟରଙ୍କୁ ନିବେଦନ କରିଛନ୍ତି।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍, ପ୍ରତିନିଧି,