ନୂଆପଡା : ନୂଆପଡା ଜିଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ କୋମନା, ଭେଲା, ତରବୋଡ, ସମରଶୀଙ୍ଘ ଓ ଲଖନା ଗ୍ରାମ ପଞ୍ଚାୟତ ରେ ଏକ ୧୮ ବର୍ଷ ପୁରିନଥିବା ପୁଅ ଓ ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । କୋମନା, ଭେଲା, ତରବୋଡ, ସମରଶୀଙ୍ଘ ଓ ଲଖନା ଗ୍ରାମ ପଞ୍ଚାୟତ ଚଳିତ ଫେବୃଆରୀ ମାସରେ ରେ ବିବାହ ହେବାକୁ ଯାଉଥିଲା, କିନ୍ତୁ ଝିଅ ଓ ପୁଅ ର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ସଚେତନତା କାର୍ଯ୍ୟ କର୍ମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଝିଅ ଓ ପୁଅ ମାନଙ୍କ ର ବୟସ ୧୮ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ଝିଅ ଓ ପୁଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଏଡେଡ ଆକ୍ସନ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା ଝିଅ ଓ ପୁଅ ଘର ର ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ , ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ଚୁକ୍ତିନାମା ରେ ସ୍ଵାକ୍ଷର କରାଇବା ସହ ବାହାଘର କୁ ଅଟକାଯାଇଥିଲା । ଉକ୍ତ ନା ବାଳିକା ଓ ବାଳକ ଙ୍କ ର କୌଣସି ଯତ୍ନ ସୁରକ୍ଷା ରେ ଅବହେଳା ନ କରନ୍ତି ସେଥିପାଇଁ ମଧ୍ୟ ପରିବାର ଲୋକ ଙ୍କୁ ସଚେତନ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ଉକ୍ତ ନାବାଳିକାକୁ ୧୮ ବର୍ଷ ଓ ବାଳକ କୁ ୨୧ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ଉକ୍ତ ନା ବାଳକ ଓ ନା ବାଳିକାର ବିବାହ ନକରିବାକୁ ପୁଅ ଓ ଝିଅ ପକ୍ଷ ଲିଖିତ ଆକାର ରେ ଦେଇଛନ୍ତି । ଉକ୍ତ ନିସ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ୟ ରାଜି ହୋଇଛନ୍ତି। ଉକ୍ତ ନା ବାଳିକା ଓ ବାଳକ କୁ ଙ୍କୁ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଙ୍କ ନିକଟରେ ଅନ୍ଲାଇଇନ ହଜାର କରାଯିବା ଦ୍ଵାରା ସେମାନଙ୍କୁ ମଧ୍ୟ ୨୦୦୬ ବାଲ୍ୟ ବିବାହ ଅଧିନିୟମ ଉପରେ ସଚେତନ କରିଥିଲେ ।
ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଓ ଏଡେଡ ଆକ୍ସନ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ, ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ