ଭବାନୀ ପାଟଣା -: କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନା ର ଅପ୍ରତିଦ୍ବନ୍ଦି ଯୋଦ୍ଧା, ପୂର୍ବତନ ବିଧାୟକ ଅଜିତ ଦାସ ଆଜି ଅପରାହ୍ନ ଘ ୪,୫୦ମିନିଟ ସମୟରେ ଇହଧାମ ତ୍ୟାଗ କରିଛନ୍ତି । ମାତା ବିଳାସିନୀ ଦାସ ଓ ବାପା ଦିବାକର ଦାସ ଙ୍କ ପ୍ରଥମ ସନ୍ତାନ ଅଜିତ ଦାସ 1944 ଜାନୁଆରୀ 3 ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।ବ୍ରଜମୋହନ ହାଇସ୍କୁଲ ରୁ ଶିକ୍ଷା ସମାପ୍ତ ପରେ 1967 ରେ ଭାରତୀୟ ବାୟୁସେନା ରେ ଯୋଗ ଦେଇ 12 ବର୍ଷ ଦେଶ ମାତୃକା ର ସେବା କରିଥିଲେ । ବାୟୁସେନା ରୁ ଅବସର ଗ୍ରହଣ ପରେ ଶ୍ରୀ ଦାସ ସମାଜସେବା ରେ ନିଜକୁ ଉତ୍ସର୍ଗ କରିଥିଲେ ।1990 ମସିହାରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଜଣେ ଲୋକପ୍ରିୟ, ସ୍ପଷ୍ଟବାଦୀ ଓ ନିର୍ଭୀକ ବ୍ୟକ୍ତିତ୍ୱ ଅଜିତ ଦାସ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ଙ୍କ ବଡ଼ଭାଈ ଅଟନ୍ତି ।ଚାରିଭାଇ ଦୁଇ ଭଉଣୀ ରୁ ସବା ବଡ଼ ଅଜିତ ଦାସ ଭାରତୀୟ ବାୟୁ ସେନା ରେ ଯୋଗ ଦେଇ ଦେଶ ମାତୃକା ର ସେବା ମନୋବୃତ୍ତି ପାଇଁ ପାରିବାର ର ଅନ୍ୟ ତିନିଭାଇ ଆର୍ତ୍ତ ଦାସ, ଭାଗ୍ୟବାନ ଦାସ ଏବଂ ଭକ୍ତ ଚରଣ ଦାସ ଙ୍କ ପାଇଁ ପ୍ରେରଣା ର ଉତ୍ସ ଥିଲେ । ଅଜିତ ଦାସ ଙ୍କ ପରଲୋକ ରେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟନାୟକ, ଜୟଦେବ ଜେନା , ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ , ଜୟଦେବ ନାଏକ, ରବି ପଟ୍ଟଯୋଶୀ, ମହମ୍ମଦ ଅଲ୍ଲୀ ଖାଁ , ବରିଷ୍ଠ ଆଇନଜୀବୀ ତଥା ସହପାଠୀ ଗିରିଷ ପୁରୋହିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ କଳାହାଣ୍ଡି ମାଟି ଦେଶମାତୃକା ର ସେବା ରେ ସମର୍ପିତ ଜଣେ ସାଲିସ ବିହୀନ ସଂଗ୍ରାମୀ ଙ୍କୁ ହରେଇଲା ଓ କଳାହାଣ୍ଡି ମାଟିରେ ଏକ ଶୁନ୍ୟତା ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି ।
previous post
next post