ଭବାନୀ ପାଟଣା -: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଳାହାଣ୍ଡି ଜିଲ୍ଲାରେ ଜୋର୍ ସୋର୍ ଚାଲିଥିବା ବେଳେ ଗ୍ରାମାଞ୍ଚଳ ରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ରେ ବିଭିନ୍ନ ଅଭିନବ କୌଶଳ ରେ ପ୍ରାଥି ମାନେ ନିର୍ବାଚନ ମଇଦାନ ରେ ପ୍ରୟୋଗ କରୁ ଥିବା ଦେଖିବାକୁ ମିଳୁଛି। ସଦର ବ୍ଲକ ଅନ୍ତର୍ଗତ ଗୁଡ଼ିଆଲି ପଦର୍ ପଂଚାୟତ ରେ ମଧ୍ୟ ଏହା ଦେଖିବାକୁ ମିଳୁଛି । ସରପଞ୍ଚ ପ୍ରା ଥିନି ରଶ୍ମିତା ପାଣ୍ଡେ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଦକାବହିଲି ଓ ରାଇଶିଂପୂର୍ ଗ୍ରାମ ରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ନିର୍ବାଚନ ରେ ଜିତିବା ପରେ ଅଞ୍ଚଳ ର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେ ଦୃଢ ପ୍ରତିଶ୍ରୁତି ଦେଇ ଛନ୍ତି । ଭବାନୀ ପାଟଣା କିଶନ ଶର୍ମା
previous post