ଭବାନୀ ପାଟଣା– କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ବିସ୍ଫୋରଣ ରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ମୃତ ସାମ୍ବାଦିକ ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ଵାଳ ବୋଲି ଜଣାପଡିଛି। ସୂଚନା ରୁ ଜଣାଯାଏ ଯେ ମଦନପୁର ରାମପୁର ମୋହନ ଗିରି ମୁଖ୍ୟରାସ୍ତା ର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ଜଙ୍ଗଳ ରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଥିବା ସୂଚନା ପାଇ ଖବର ସଂଗ୍ରହ ପାଇଁ ରୋହିତ ଘଟଣା ସ୍ଥଳକୁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ ଗାଁ ଜଙ୍ଗଳ ନିକଟରେ ଥିବା ସମୟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣା ସ୍ଥଳକୁ ପହଂଚି ଥିଲେ।
ସେତେବେଳେ ରୋହିତ ଙ୍କ ମୃତ୍ୟୁ ହୋଇସାରିଥିଲା।ବିସ୍ଫୋରଣରେ ତାଙ୍କର ବାଇକ୍ ମଧ୍ଯ ନଷ୍ଟ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) କେ କେ ଡି ଏନ୍ ଡିଭିଜନ ନାମରେ ଲଗେଇ ଥିବା ଏହି ପୋଷ୍ଟର ରେ ନିର୍ବାଚନ ବର୍ଜନ କରନ୍ତୁ ଗୋଲାମୀ ରୁ ମୁକ୍ତି ପାଆନ୍ତୁ ଶୀର୍ଷକ ଥିବା ବେଳେ ରାଷ୍ଟ୍ର ହିଂସା ବନ୍ଦ, ଆଦିବାସୀ ଅଂଚଳରୁ CRPF କ୍ୟାମ୍ପ ଅପସାରଣ, ଆଦିବାସୀ ଓ ଦଳିତମାନଙ୍କୁ ଜଙ୍ଗଳ ଜମି ପଟ୍ଟା, ମାଓବାଦୀ ନାଁ ରେ ସାଧାରଣ ଲୋକଙ୍କୁ ଡକାୟତି କରୁଥିବା ବ୍ୟକ୍ତି ଙ୍କୁ ଗିରଫ, ଗଞ୍ଜେଇ ଆଳରେ ଗିରଫ ଲୋକଙ୍କୁ କ୍ଷତିପୂରଣ ସହ ମୁକ୍ତି, ସମସ୍ତଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସାମଗ୍ରୀ ଯୋଗାଣ, ନିଯୁକ୍ତି ସମୟ ସୀମା ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଆଦି ଦାବି କରାଯାଇଛି।
ସମ୍ବାଦ ଲେଖାହେବା ବେଳକୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ଯବଛେଦ ପାଇଁ ପ୍ରେରଣ ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଅଂଚଳକୁ CRPF ଓ ପୋଲିସ ବାହିନୀ ନାକାବନ୍ଦୀ କରିଛନ୍ତି।ମୃତ ସାମ୍ବାଦିକ ଙ୍କୁ ସହିଦ ମାନ୍ୟତା ସହ ପରିବାର କୁ କ୍ଷତି ପୂରଣ ପ୍ରଦାନ ପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି। ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ
previous post
next post