ଧର୍ମଗଡ -୫/୨/୨୨-ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ଗ୍ରାମ ଠାରେ ମାଁ ଡୁମେର ମୁଡେନ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଆତ୍ମ ନିର୍ଭର ଭାରତ ଯୁବ ଅନୁଶୀଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।
ଧର୍ମଗଡ ସ୍ଥିତ କୌଶଳ ବିକାଶ କେନ୍ଦ୍ର ର ଅଧ୍ୟକ୍ଷ ହିମାଂଶୁ ଶେଖର ସିଂ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ଟି କୁ ଉଦଘାଟନ କରିଥିଲେ । ମୂଖ୍ୟ ବକ୍ତା ଭାବେ ଯୁବ ସଂଗଠକ ବିନୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଲଲିତ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଜାତୀୟ ଯୁବ ସ୍ଵେଚ୍ଛାସେବୀ ମହେଶ୍ୱର ସୁନାନି ଏବଂ ରୁଦ୍ର ମହାରଣା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ରେ ସନ୍ଧିକୁଲିହାରି, ଛିଲିପା, କାଙ୍କେରୀ ଓ ଟିପିଗୁଡା ପ୍ରଭୃତି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଯୁବକ ସଂଘ ରୁ ପ୍ରାୟ ୫୦ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ସୁଧିର ଜଗତ, ଦିନେଶ ପ୍ରଧାନ, ଚିନ୍ମୟ ବାଗ, ଦିଲ୍ଲୀପ ବାଗ, ଦିପାଞ୍ଜଳୀ ପ୍ରଧାନ, ଶଙ୍ଖା ସାଗର, ପମିରା ଜଗତ ଓ ସୁତୟା ତାଣ୍ଡି ପ୍ରମୁଖ ସହାୟତା କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ