ନର୍ଲା:(ମପ୍ର)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଡମ୍ବକର୍ଲାଖୁଣ୍ଟା ଗ୍ରାମ ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରନ୍ତୁ ଗୋଲାମିରୁ ମୁକ୍ତି ପାଆନ୍ତୁ ପୋଷ୍ଟର ମାଧ୍ୟମରେ ଭାକପା (ମାଓବାଦୀ) ସଂଗଠନ ଚେତାବନୀ ଦେଇଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ମୋହନ ଗିରି ଖବରକାଗଜର ସାମ୍ବାଦିକ ରୋହିତ କୁମାର ବିଶ୍ବାଳ ଲ୍ୟାଣ୍ଡମାଇନ ବିସ୍ଫୋରଣ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ଏଥିପାଇଁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ଆବର୍ତ୍ତମାନରେ ଏକ ଶୋକସଭା ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସ୍ଵର୍ଗତ ବିଶ୍ଵାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଛି। ଏଥିରେ ନର୍ଲାର ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ, ଦୀପକ କୁମାର ଠାକୁର,ଅଜୟ କୁମାର ସେନାପତି, ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ପ୍ରଦୀପ କୁମାର ଗଉଡ, ସଞ୍ଜିବ ଦାସ, ଅଜୟ ପଣ୍ଡା, ଅନୀଲ ଅଗ୍ରୱାଲ, ସନ୍ତୋଷ ପାତ୍ର, ଡୋଳାମଣି ସାହୁ, ଜଗତରାମ ସାହୁ, ଗଣେଶ ଭୋଇ, ତପନ କୁମାର ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଶୋକ ପ୍ରକାଶ କରିବା ସହ ନିର୍ବାଚନ ଡ଼୍ୟୁଟିରେ ସରକାରୀ କର୍ମଚାରୀ ସକାଶେ ଯେଉଁ କ୍ଷତି ପୂରଣ ନିୟମ କରାଯାଇଛି ସେହିପରି ସ୍ଵର୍ଗତ ବିଶ୍ଵାଳଙ୍କ ପରିବାରବର୍ଗଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରିଛନ୍ତି।
(ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି)