କୋକସରା,୫ା୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ବଜାର ପଡିଆ ଠାରେ କୋକସରା ବ୍ଲକ ସ୍ତରୀୟ ଡ୍ରାଇଭର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୃନ୍ଦାବନ ଦୁର୍ଗାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ଅବସରରେ କୋକସରା ବ୍ଲକ ସ୍ତରୀୟ ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଚଇ ଗୋପାଳ ମନୋନିତ ହୋଇଥିଲେ । ସଂପାଦକ ଭାବରେ ସତ୍ୟ ନାରାୟଣ କାଣ୍ଡ, ଉପ ସଭାପତି ଲୁଲୁ ପ୍ରସାଦ ୟାଦବ, ସହ ସଂପାଦକ ଶ୍ରୀବଚ୍ଛ ଗୋପାଳ ଓ କୋଷାଧ୍ୟକ୍ଷ ଭାବରେ ଭବାନୀ ଶଙ୍କର ପୁରୋହିତ ମନୋନିତ ହୋଇଥିଲେ । ବୈଠକ କୁ କାହ୍ନା ବାଗ ପରିଚାଳନା କରିଥିଲେ । କାଳିଆ ବାଗ, ହରି ରଣା, ଉପେନ୍ଦ୍ର ପାଳି, ପ୍ରକାଶ ପୁଝାରୀ, ଭୂପନ୍ଦ୍ରେ ସୁନାନୀ, ରତ୍ନାକର କେତକୀ, ଦେବେନ୍ଦ୍ର ସାଗର ସମେତ ପଞ୍ଚାୟତ ସ୍ତରୀୟ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ମ ନି ସ
previous post
next post