ନୂଆପଡା ଜିଲ୍ଲା କୋମନାର ବିଶିଷ୍ଟ କଳାକାର,ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ ତଥା କିର୍ତ୍ତନ ଗୁରୁ କୁମୁଦ ସିଂ ମଲ୍ଲିକଙ୍କ ପରଲୋକ ହୋଇ ଯାଇଛି । ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିଲେ । ସେ କୋମନାର ମାଁ ସମଲେଶ୍ବରୀ ସାଂସ୍କୁତିକ ଅନୁଷ୍ଠାର ବରିଷ୍ଠ ସଦସ୍ୟ ଥିଲେ । ସେ ଏ ଅନୁଷ୍ଠାନରେ ରହି ଅନେକ ଗୀତିନାଟ୍ୟ ରଚନା କରିଥିଲେ । ତାଙ୍କ ପରଲୋକରେ ଅନୁଷ୍ଠାନ ତରଫରୁ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭା କରାଯାଇ ନିରବ ପ୍ରାର୍ଥନା କରା ଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post