ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାଶିପଲା ଗ୍ରାମଠାରେ ଓଡିଶାର ବିଶିଷ୍ଟ ସାରସ୍ଵତ ସାଧକ, ଦକ୍ଷ ସଙ୍ଗଠକ , ସମାଜସେବୀ ସ୍ୱର୍ଗତ ଅଭୟ ଚରଣ ଚଳାନଙ୍କ ଅଷ୍ଟମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚଟାର୍ଜୀ, ବିଶିଷ୍ଟ ଅତିଥି ଭାବରେ ଲୋକ ସଂସ୍କୃତି ବିଭାଗର ଗବେଷକ ମହେନ୍ଦ୍ର କୁମାର ମିଶ୍ର, ମୁଖ୍ୟବକ୍ତା ଭାବରେ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଗୀତାଶ୍ରୀ ପ୍ରିୟମ୍ବଦା ଯୋଗଦାନ କରି ସ୍ଵର୍ଗୀୟ ଅଭୟ ଚରଣ ଚଳନ ଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ଵୟଂଶାସିତ ମହାବିଦ୍ୟାଳରୁ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ କ ଫଣିନ୍ଦମ ସିଂ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ରୁଦ୍ରମାଧବ ବାରିକ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ , ଅନୁଷ୍ଠାନର ସମ୍ପାଦକ ଡ. ସୁଶାନ୍ତ କୁମାର ବିଶି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏ ଅବସରରେ ନାଟ୍ୟ ଗୌରବ କୃଷ୍ଣରାଜ ମହାପାତ୍ର ଙ୍କ ରଚିବ ଚାଲ ଆମେ ନାଟକ କରିବା ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିବା ବେଳେ ବିଶିଷ୍ଟ ତବଲା ବାଦକ ବିନୋଦ ମୋହନ ବଲାନ ବାଦ୍ୟ ସଂଚାଳନ କରିଥିଲେ । ହାଇକୋର୍ଟର ବରିଷ୍ଠ ଆଇନଜିବା ବିଭୁଦତ ଚଳାନ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ଅଭୟ ଚରଣ ଚଳାନ ଙ୍କ ପୁଅ ଡ. ଶରତ ଚନ୍ଦ୍ର ଚକାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଲେ କାର୍ଯ୍ୟକ୍ରମ ରେ ସତାଧୂକ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post