କୃଷକ ସୈନିକ ପରମ୍ପରା ର ମହାନ ପ୍ରବାଦ ପୁରୁଷ ସନ୍ୟାସୀ ସ୍ଵର୍ଗତ ପ୍ୟାରିମୋହନ ସାମନ୍ତରାୟ ଙ୍କର ୧୦୫ ତମ ଜନ୍ମ ଜୟନ୍ତୀ ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କାସିପଲା ଗ୍ରାମ ଠାରେ ବିଭୁଦତ୍ତ ଚଳାନ ଙ୍କ ଗୃହ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ଵରିଷ୍ଠ ପରାମର୍ଶ ଦାତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ ,ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ରୁଦ୍ର ପଦ୍ମିନୀ ହାଇ ସ୍କୁଲ ଚିନ୍ଦାଗୁଡା ର ପ୍ରଧାନ ଶିକ୍ଷକ ଡ଼. ସୁଶାନ୍ତ କୁମାର ବିଶି ,କଳିଙ୍ଗ ଭାରତୀ ଫାଉଣ୍ଡେସନ ର ରାଜ୍ୟ ସମ୍ପାଦକ ଅଶୋକ କୁମାର ବାରିକ, ଓଡ଼ିଶା ବିକାଶ ପରିଷଦ ର ରାଜ୍ୟ ସମ୍ପାଦକ ହାଇକୋର୍ଟ ଆଇନଜୀବୀ ବିଭୁଦତ୍ତ ଚଳାନ ,କଳିଙ୍ଗ ଭାରତୀ ଫାଉଣ୍ଡେସନ ର ରାଜ୍ୟ ସଂଯୋଜକ ଶ୍ରୀବସ୍ଟ ବାରିକ ,ବରିଷ୍ଠ ସ୍ବେଛାସେବୀ ସୁରେନ୍ଦ୍ର ଦଣ୍ଡସେନା ଯୋଗଦାନ କରି ପ୍ରବାଦ ପୁରୁଷ ସ୍ଵର୍ଗତ ପ୍ୟାରୀମୋହନ ସାମନ୍ତରାୟ ଙ୍କ ଜିବନୀ ଉପରେ ନିଜ ନିଜ ମତ ପୋଷଣ କରିବା ସହିତ ସେ କେମିତି ଉତ୍କଳ କୁ ଓଡିଶା କୁ କେମିତି ବିକାଶ ପଥରେ ଆଗେଇ ନିଆଯାଇପାରିବ ସେଥନିମନ୍ତେ ସବୁବେଳେ ମନପ୍ରାଣ ଢାଲି ଦେଇଥିଲେ । ସୂଚନା ଥାଉକି ସ୍ଵର୍ଗତ ସାମନ୍ତରାୟ ଉତ୍କଳ ବିକାଶ ପରିଷଦ ପ୍ରତିଷ୍ଠା କରିଥିଲେ । କାର୍ଯ୍ୟକ୍ରମରେ ଖଡିଆଳ ପାଟଣା କ୍ଷତୀୟ ସମାଜର ଅନ୍ୟାନ୍ୟ କର୍ମକର୍ତା ସାମିଳ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post