ଭବାନୀ ପାଟଣା -: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଆଜି ପୂର୍ବାହ୍ନ ରେ ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟଣା ରେ ମୃତ ସାମ୍ବାଦିକ ରୋହିତ ବିଶ୍ଵାଳ ଙ୍କ ପରିବାର କୁ ସରକାର ୧୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବା ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସମୁଦାୟ ୧୩ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୁଚନା ରୁ ଜଣାଯାଏ ଯେ ମଦନପୁର ରାମପୁର ମୋହନ ଗିରି ମୁଖ୍ୟରାସ୍ତା ର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ମାଓବାଦୀଙ୍କ ଦ୍ବାରା ଲଗା ଯାଇଥିବା ପୋଷ୍ଟର ସମ୍ପର୍କରେ ତୃଣମୂଳ ସ୍ତରରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ବେଳେ ଅପରାହ୍ଣ ୧୧.୩୦ ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ର ଶିକାର ହୋଇଥିଲେ ସାମ୍ବାଦିକ ରୋହିତ ବିଶ୍ଵାଳ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋହିତ ଙ୍କ ଶବ ଉଦ୍ଧାର କରି ବ୍ଯବଛେଦ ପାଇଁ ପଠାଇବା ସହ CRPF ଯବାନ ଓ ପୋଲିସ ସର୍ଚ ଅପରେଶନ ଜାରି ରଖିଛନ୍ତି। ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ସାମ୍ବାଦିକଙ୍କ ମୃତ୍ୟୁ ରାଜ୍ଯରେ ପ୍ରଥମ ଘଟଣା ହୋଇଥବା ବେଳେ ସାମ୍ବାଦିକ ମହଲରେ ଘଟଣା କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ