କେସିଙ୍ଗା: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ମଧ୍ୟରେ ସେତେ ଛକାପଞ୍ଝା ଲାଗିରହୁଛି। ବୋରିଆ ହେଉଛି କେସିଙ୍ଗା ବ୍ଲକର ଏକ ପ୍ରମୁଖ ପଞ୍ଚାୟତ। ଏହି ପଞ୍ଚାୟତରୁ ଏଥର ସମିତିରେ ଜଣେ ବ୍ଲକ ଅଧ୍ୟକ୍ଷ ଆଶାୟୀ ରହି ଥିବାରୁ ନିର୍ବାଚନୀ ଉଷ୍ମତା ଆହୁରି ଅଧିକ ବୃଦ୍ଧି ପାଇଛି। ଏଥର ସମିତି ସଭ୍ୟ ପାଇଁ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଚଳିତ ଥର ସମିତିସଭ୍ୟ ପଦ ଅଣ ସଂରକ୍ଷିତ ରହିଥିବାରୁ ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି। ସେଥିରୁ ଜଣେ ବିଦାୟୀ କେସିଙ୍ଗା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବେହେରା ବୋରିଆ ପଞ୍ଚାୟତରୁ ଲଢୁ ଥିବାରୁ ଏଠାରେ ଏହାର ଗୁରୁତ୍ୱ ବଢି ଯାଇଛି। ସେ ଗତଥର ପଞ୍ଚାୟତ ନିର୍ବାଚନରେ ଚାଂଚେର ପଞ୍ଚାୟତରୁ ଲଢ଼ି ବିଜୟୀ ହୋଇ ବ୍ଲକ ଅଧ୍ୟକ୍ଷା ପଦ ଅଳଙ୍କୃତ କରିଥିଲେ। ସେ ଉତକେଲା ବାସିନ୍ଦା ହୋଇଥିବା ବେଳେ ଏଥର ବୋରିଆ ପଞ୍ଚାୟତରୁ ପ୍ରତିନିଧିତ୍ୱ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ପ୍ରଥମ ଥର ଜଣେ ପଞ୍ଚାୟତ ବାହାରର ପ୍ରାର୍ଥୀ ସମିତିସଭ୍ୟରେ ଲଢେଇ କରୁଥିବାରୁ ବୋରିଆ ପଞ୍ଚାୟତର ଭୋଟର ତାଙ୍କୁ କେତେ ଦୂର ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ। ହେଲେ ସେ କୌଣସି ମତେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ବଳ ଖଟାଉଥିବା ଲକ୍ଷ୍ୟ । କାରଣ ଏଥର ମଧ୍ୟ ସୁକାନ୍ତି ବେହେରା ବ୍ଲକ ଅଧ୍ୟକ୍ଷା ପଦ ହାତେଇବା ପାଇଁ ରହିଛନ୍ତି। ଏଣୁ କୌଣସି ମତେ ନିର୍ବାଚନ ଜିତିବା ପାଇଁ ସେ ଲାଗି ପଡିଛନ୍ତି। ଯଦିବା ସମିତିସଭ୍ୟ କୌଣସି ରାଜନୈତିକ ଦଳର ଚିହ୍ନ ବହନ କରୁନାହିଁ, ତଥାପି ଏଠାରେ ତିନିଜଣ ପ୍ରାର୍ଥୀ ଗୋଟିଏ ନିର୍ଦ୍ଦିଷ୍ଟ ଦଳର ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ପରସ୍ପର ମଧ୍ୟରେ ବଳ କଷାକଷି ହେଉଛନ୍ତି। ଗୋଟିଏ ଦଳର ହୋଇଥିଲେ ହେଁ ଗୋଷ୍ଠୀ ବିଭାଜନ କାରଣରୁ ତିନି ଜଣଙ୍କ ମଧ୍ୟରେ ମୁହାଁମୁହିଁ ଲଢେଇ ହେବ। ଏଥିରୁ କିଏ ଅଧିକ ଲୋକଙ୍କୁ ନିଜ ଆଡକୁ ପ୍ରଭାବିତ କରିବେ ସେନେଇ ନିଜ ନିଜ ରଣନୀତି ଆପଣାଉଛନ୍ତି। ସମିତି ସଭ୍ୟରେ ୪ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଦୁଇଜଣ ନୂଆଁ ମୁହଁ ରହିଛନ୍ତି। ଏଣୁ ଭୋଟର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଦକ୍ଷତାକୁ ଅନୁଶୀଳନ କରୁଥିବା ବେଳେ ଏହାରି ଭିତରେ କିଏ ବାଜି ମାରିବା ତାହା ଭୋଟ ପରେ ସ୍ପଷ୍ଟ ହେବ। ମ ନି ସ
next post