କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରି ଅଞ୍ଚଳର ଯୁବ ଖବରଦାତା ରୋହିତ କୁମାର ବିଶ୍ବାଳଙ୍କର ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଜିଲା ସାରା ଖବରଦାତା ମହଲରେ ଶୋକ ପ୍ରକାଶ ପାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠିଛି। କର୍ଲାମୁଣ୍ଡା ପ୍ରେସ୍ କ୍ଲବ ପକ୍ଷରୁ ପ୍ରେସ୍ କ୍ଲବ୍ ସଭାପତି ତଥା ଓଜେୟୁର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନରୋତ୍ତମ ସେଲ୍ମା, ସମ୍ପାଦକ ତଥା କର୍ଲାମୁଣ୍ଡା ବ୍ଲକ ‘ଧରିତ୍ରୀ’ ଖବରଦାତା ପ୍ରଦୀପ କୁମାର ସାହୁ, କମ୍ବୁପାଣି ସାହୁ, ଭଜଶ୍ୟାମ ସାହୁ, ଯୁବରାଜ ସାହୁ, ସୁଶାନ୍ତ ରଣା, ପ୍ରଦୀପ ରଣା, ଜଗଦୀଶ ପ୍ରସାଦ ରଣା ପ୍ରମୁଖ ଶୋକ ପ୍ରକଟ କରିବା ସହ ରୋହିତଙ୍କୁ ଶହୀଦ ମାନ୍ୟତା, ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଅର୍ଥ ସହାୟତା ଓ ପରିବାରର ଜଣଙ୍କୁ ଚାକିରି ଯୋଗାଇ ଦେବାକୁ ଦାବି କରିଛନ୍ତି l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post
next post