ଫୁଲବାଣୀ-: ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ଖଜୁରିପଡା ଜିଲ୍ଲା ପରିଷଦ ଜୋନ ୩ ନମ୍ବର ଅଧିନସ୍ଥ ସୁଡୁରୁକୁମ୍ପା ଅଞ୍ଚଳ କୁ ନିର୍ବାଚନ ପ୍ରଚାର କରିବା କୁ ଯାଉଥିବା ବେଳେ ଭେଟଖୋଲ ଘାଟି ନିକଟରେ ମନ୍ତ୍ରୀ ଙ୍କର ପିଏ ଙ୍କର ଗାଡ଼ି ଓଡ଼ି ୩୩ ଜେଡ ୧୯୯୯ ଧଳା ରଙ୍ଗର କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଅଳ୍ପକେ ପିଏ ଏବଂ ତାଙ୍କ ଡ୍ରାଇଭର ବର୍ତ୍ତି ଯାଇଥିଲେ। କାହାର କିଛି କ୍ଷତି ହୋଇନାହିଁ। ମନ୍ତ୍ରୀ ଜେନା ପ୍ରଥମ ଗାଡି ରେ ବସିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ମନ୍ତ୍ରୀ ପିଏ ଙ୍କର ଥିବା ଜଣାପଡିଛି। ଉକ୍ତ ଦୁର୍ଘଟଣା ସ୍ଥାନ ସଦର ଥାନା ଅନ୍ତର୍ଗତ ହୋଇଥିବାରୁ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଥିବା ଜଣାପଡିଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ
previous post
next post