ଉତ୍କେଲା,୭/୨(ନି.ପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସ୍ବର୍ଗତ ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳ ଙ୍କ ଏକ ଶୋକ ସଭା ସୋମବାର ପାଳିତହେବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ଦାବି ପତ୍ର ଦେବା ପାଇଁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତ ଫେବ୍ରୁଆରୀ ୫ ତାରିଖରେ ମୋହନଗିରୀ ଧରିତ୍ରୀ ସାମ୍ବାଦିକ ରୋହୀତ ବିଶ୍ୱାଳ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ପୋରଣ ମୃତ୍ୟୁ ଘଟିଥିଲା।ଏଣୁ ନିମ୍ନ ଲିଖିତ ଦାବୀ ଗୁଡିକୁ ପୂରଣ କରିବା ପାଇଁ ସଙ୍ଘ ଲିଖିତ ଦାବୀ କରୁଛୁ।ଯଥା ସାମ୍ୱାଦିକ ରୋହୀତ କାର୍ଯ୍ୟ ସମୟରେ ଲ୍ୟାଣ୍ଡ ମାଇନ ରେ ବିସ୍ପୋରଣ ରେ ମୃତ୍ୟୁ ଘଟିଥିବା ରୁ ଶହୀଦ ମାନ୍ୟତା ଦିଆଯାଉ।ସାମ୍ବାଦିକ ରୋହୀତ ଙ୍କ ପରିବାର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠି ରୁ ୫୦ ଲକ୍ଷ ଅନୁଦାନ ଦିଆଯାଉ।
,ସାମ୍ବାଦିକ ଙ୍କ ପୁଅ ଓ ଝିଅ ଙ୍କୁ ମାଗଣା ରେ ପାଠ ପଢିବା ର ବ୍ୟବସ୍ଥା କରାଯାଉ,ସାମ୍ବାଦିକ ରୋହୀତ ଙ୍କ ବିଧବା ପତ୍ନୀ ଙ୍କୁ ଏକ ସରକାରୀ ଚାକିରୀ ଦିଆ ଯିବା ପାଇଁ ସଙ୍ଘ ଦାବି କରିଛି।
ଏହି ଶୋକ ଶୋଭା ରେ ସଙ୍ଘ ର ସଭାପତି ସୁଶାନ୍ତ ମହାପାତ୍ର,ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ, କାର୍ଯ୍ୟକାରୀ ସଭାପତି ଡମ୍ବରୁ ଧର ଭୋଇ,କୋଷାଧ୍ୟକ୍ଷ ଅର୍ଜୁନ ପୋଢ଼,ସଂଘର ସକ୍ରିୟ ସଭ୍ୟ ରମେଶ ପଟ୍ଟନାୟକ, ବଳରାମ ନାଏକ, ମନୋଜ ସିଂ,ମଧୁ ସିନ୍ଧୁର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ