ଅପହରଣ ଯୁବକ କୁ ଉଦ୍ଧାର ସହ ୪ ଅଭିଯୁକ୍ତ ଙ୍କୁ ଗିରଫ କଲା ଖଡ଼ିଆଳ ପୋଲିସ
ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ୧୮୮୫ ର କୁଇନ ଭିକ୍ଟୋରିଆ ରୁପା ଟଙ୍କା କୁ ନେଇ ମୂଲ ଚାଲ ହେବା ଓ ପରେ ଏହି ଟଙ୍କା କୁ ନେଇ ଯୁବକ ଙ୍କୁ ଅପହରଣ କରାଯିବା ଘଟଣା ର ଅଭିଯୋଗ ଖଡ଼ିଆଳ ପୋଲିସ ପାଇବା ପରେ ଘଟଣାର ତଦନ୍ତ କରି ଖଡ଼ିଆଳ ପୋଲିସ ଭିକ୍ଟୋରିଆ ରୁପା ଟଙ୍କା କୁ ଜବତ କରିବା ଶହ ଅପହରଣ ହୋଇଥିବା ଯୁବକ କୁ ଉଦ୍ଧାର କରି ସଂପୃକ୍ତ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଅତିରିକ୍ତ ଏସ୍ପି ସୁନୀଲ ଆଚାର୍ଯ୍ୟ ପ୍ରେସ ବାର୍ତ୍ତା ରେ ସୂଚନା ଦେଇଛନ୍ତି ।ଘଟଣା ରୁ ପ୍ରକାଶ ଯେ ଗତ ୪ ତାରିଖ ଦିନ ଜୁନାଗଡ଼ ର ଖୁରସେଲଗୁଡା ଗାଁ ର ସୋମନାଥ ନିଆଲ ଖଡ଼ିଆଳ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁଯାଇ ୧୮୮୫ ର ଭିକ୍ଟୋରିଆ ରୁପା ଟଙ୍କା କୁ ଜୁନାଗଡ଼ ର ଖୁରସେଲଗୁଡା ଗାଁ ର ଅସ୍ପିନି ନିଆଲ ଖଡ଼ିଆଳ କୁ ଆଣି ଭୁଲା କଟା , ସୋମନାଥ ଛତର, ଯୁଗଲ ଚରଣ ଛତର ଓ ରିହାନ ବାଗ ଙ୍କ ଶହ ଟଙ୍କା ଏକ ଲକ୍ଷ ଟଙ୍କା ରେ ମୂଲ ଚାଲ କରିଥିଲେ।ଏହି ସମୟରେ ଖଡ଼ିଆଳ ଥାନା ଦୁଆଝର ଗାଁ ର ରିହାନ ବାଗ ଅସ୍ପିନି ନିଆଲ କୁ ଧକ୍କା ମାରି ଟଙ୍କା କୁ ନେଇ ଫେରାର ହୋଯାଇଥିଲା। ପରେ ଉକ୍ତ ତିନି ଜଣ ଅସ୍ପିନି ନିଆଲ ଙ୍କୁ ଅପହରଣ କରି ନିଜ ଆଟିକା ଗାଡ଼ିରେ ନେଇଯାଇ ରୁପା ଟଙ୍କା କୁ ମଗିଥିଲେ।ଏହି ଅଭିଯୋଗ କୁ ନେଇ ଖଡ଼ିଆଳ ପୋଲିସ ବଲାଙ୍ଗୀର ଜିଲ୍ଲା ର ଭୁଲାକଟା , ସୋମନାଥ ଛତର ଓ ଯୁଗଲ ଚରଣ ଛତର ଓ ଖଡ଼ିଆଳ ଦୁଆଝର ଗାଁ ର ରିହାନ ବାଗ କୁ ପୋଲିସ ଗିରଫ କରିବା ଶହ ଅସ୍ପିନି ନିଆଲ ଙ୍କୁ ଉଦ୍ଧାର କରି ରୁପା ଟଙ୍କା ଓ ବ୍ୟବହୃତ ଗାଡି କୁ ଜବତ କରିଛି। ଗିରଫ ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଅତିରିକ୍ତ ଏସ୍ପି ପ୍ରକାଶ କରିଛନ୍ତି।ଅତିତିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ , ଏସ୍ଡିପିଓ ସନ୍ତକ ଜେନା ,ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି , ନବଘନ ଗୌଡ଼ , କୁଳମଣି ବୁର୍ଦା ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ