ରାଉରକେଲା/ ( କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ) ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର କର୍ମକର୍ତ୍ତା ମାନଙ୍କର ବରାହ ଦ୍ବାଦଶୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସକର ଓ ମନ୍ଦିର ତିଆରି କରିଥିବା କାରିଗର ସୁନିଲ ମହାରଣାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ ବୈଠକରେ ଆସନ୍ତା ୧୩ ତାରିଖ ଦିନ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଙ୍କର ବାର୍ଷିକ ପ୍ରତିଷ୍ଠା ଦିବସ ଓ ବରାହ ଦ୍ବାଦଶୀ ନିମନ୍ତେ ଷୋଡଶ ଉପଚାର ପୂଜା ତଥା ବରାହ ଯଜ୍ଞ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବାକୁ ସ୍ଥିର କରାଯାଇଛି। ଏହି ବୈଠକରେ ସଭାପତି ସର୍ବଶ୍ରୀ ନିତାଇ ନାୟକ, ସଂପାଦକ ଭଞ୍ଜ କିଶୋର ଜେନା, କୋଷାଧ୍ୟକ୍ଷ ଘନଶ୍ୟାମ ପାଣି, ଭଜରାମ ବାରିକ,ନଳିନୀ ପଣ୍ଡା, ଅଶ୍ବିନୀ ବିଶ୍ବାଳ, ସୁଦାମ ସାହୁ ଓ ଗୋପୀନାଥ ପଣ୍ଡା ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
previous post
next post