ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବକାକଳୀ ପତ୍ରିକାର ସ୍ବନକ୍ଷତ୍ର ଦିବସ ପାଳିତ

 

ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କୁ ନବକାକଳୀ କବିତାଶ୍ରୀ ସମ୍ମାନ …….

ରାଉରକେଲା/ । କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ)   ଜଗତସିଂହପୁରରୁ ପ୍ରକାଶିତ ହେଉଥିବା ନବକାକଳୀ ପତ୍ରିକା ର ୨୭ତମ ସ୍ବନକ୍ଷତ୍ର ଦିବସ ପାଳନ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା ଓ ପୁସ୍ତକ ଲୋକାର୍ପଣ ଉତ୍ସବ କେଳି କାଞ୍ଚନ ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ସ୍ବପ୍ନିଳ କବି ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ଉମାକାନ୍ତ ନାୟକ, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟର ସମ୍ମାନ ରକ୍ଷା ସହ ଉତ୍ତମ ମାନର ସାହିତ୍ୟ ସୃଷ୍ଟି ପାଇଁ ଗୁରୁତ୍ବାରୋପ କରିଥିଲେ। କଳ୍ପନା ବିଶ୍ବାଳ ଓ ମାତୃପ୍ରସାଦ ଶତ୍ରୁଜିତ ଙ୍କ ସଂଯୋଜନାରେ କବିତା ଆସରକୁ ଦେବେନ୍ଦ୍ର ନାଥ ନାୟକ ଉଦଘାଟନ କରିଥିଲେ। ସ୍ବରଚିତ କବିତା ଆବୃତ୍ତି ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରୀକ୍ଷିତ ମହାନ୍ତି, ଗୀତାଞ୍ଜଳୀ ଦାସ ଓ ପୁରୁଷୋତ୍ତମ ଦାସଙ୍କୁ କାନ୍ତିବାନାର୍ଜୀ ସ୍ମୃତି ସମ୍ମାନ ସ୍ବରୂପ ନଗଦ ଅର୍ଥ, ମାନପତ୍ର ଓ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ଅଧିବେଶନ ସଂପାଦକ ଡଃ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସାହିତ୍ୟ ଆସରରେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଡଃ ଅଭୟ କୁମାର ବାରିକ ମୁଖ୍ୟ ଅତିଥି, ଇଂ ଡଃ ତୋଫାନ୍ ଜେନା ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ସନ୍ଧ୍ୟା ରାଓ ଯୋଗଦେଇ ନବକାକଳୀ ଅନୁଷ୍ଠାନ ସହ ସଂପର୍କ ଓ ସାରସ୍ବତ ସାଧନା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳୀ କବିତାଶ୍ରୀ ସମ୍ମାନ, ପଣ୍ଡିତ ନାଗୁଚରଣ ଦେବତା, ଅନିତା ପାଣି, ଉମାକାନ୍ତ ରଥ, ଅଭିନେତ୍ରୀ ଧାରା ଶ୍ରାବଣୀ ମହାପାତ୍ର,ସାମ୍ବାଦିକ ସୁମନ୍ତ କୁମାର ଦାସ, ସାମ୍ବାଦିକ ମହେଶ୍ୱର ତ୍ରିପାଠୀ, ବ୍ୟଙ୍ଗକବି ଲକ୍ଷ୍ମୀଛଡାଙ୍କ ସମେତ ୨୭ ଜଣଙ୍କୁ ନବକାକଳୀର ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ନବକାକଳୀର ମକର ବିଶେଷାଙ୍କ, କୃଷ୍ଣଚନ୍ଦ୍ର ନନ୍ଦ ଙ୍କ ଜ୍ଞାନ ସରଣୀ, ଫକୀର ଚରଣ ମାର୍ଥାଙ୍କ ଗୀତିନାଟ୍ଯ ବାଣା ପରାଜୟ ଓ ସୀତା ବନବାସ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରାରମ୍ଭରେ ପଣ୍ଡିତ ନରେନ୍ଦ୍ରନାଥ ତ୍ରିପାଠୀ ବେଦଧ୍ବନୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବା ବେଳେ ସଂପାଦକ ଡଃ ତ୍ରିପାଠୀ ସ୍ବାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ଅଧିବେଶନରେ ଆଷାଢ ପତ୍ରିକାର ସଂପାଦକ ପିତାମ୍ବର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ସହସଂପାଦିକା ମନୋରମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆରତୀ ତ୍ରିପାଠୀ, ଅଭୀପ୍ସା ତ୍ରିପାଠୀ, କ୍ଷେତ୍ରବାସୀ ପତି, ସୌମ୍ୟରଂଜନ ତ୍ରିପାଠୀ, ଇଂ ହୃଷୀକେଶ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।

Related posts

ଖଡ଼ିଆଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Sunil Chandra Nayak

ନର୍ଲା ସରପଂଚରୁ ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ

Sunil Chandra Nayak

ସଂସ୍କୃତ ଶିକ୍ଷକ ପ୍ରଦିପ୍ତ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort