ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସନ୍ତ ପଞ୍ଚମୀ ରେ ସଂଗୀତ ଶିଳ୍ପୀ ସମାଜ ର ବାର୍ଷିକ ଉତ୍ସବ

   ରାଉରକେଲା ,-:   ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ । ବସନ୍ତ ପଞ୍ଚମୀ ଅବସରରେ ବିଗତ ବର୍ଷ ମାନଙ୍କ ଭଳି ଏବର୍ଷ ମଧ୍ୟ, ସରକାରଙ୍କର ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ସହିତ ‘ସଂଗୀତ ଶିଳ୍ପୀ ସମାଜ’ ତାର ତିରିଶତମ ସ୍ଵନକ୍ଷତ୍ର ଉତ୍ସବ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେକ୍ଟର ୩ ପରିସରସ୍ଥ ମା’ ସନ୍କ୍ଷ୍ମୀଙ୍କଏଟକ ନାଟମଣ୍ଡପ ଠାରେ ପାଳିତ ହୋଇଅଛି। ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ସଂଗୀତାନୁରାଗୀ, କଣ୍ଠଶିଳ୍ପୀ ତଥା ଆର ଏସ ପି ର ପ୍ରାକ୍ତନ ଉପମହାପ୍ରବନ୍ଧକ ଶ୍ରୀ ପ୍ରତାପ କୁମାର ରାୟ ଯୋଗଦାନ କରିଥିଲେ। ଶିଳ୍ପୀ ସମାଜ ର ପରମ୍ପରା ଅନୁଯାୟୀ ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞ ମାଳ, ଶ୍ରୀ ଅଙ୍ଗଲାଗି ବସ୍ତ୍ର ଓ ଶ୍ରୀ ଅଙ୍ଗଛଡା ପୁଷ୍ପ ପାଇବା ପରେ ଉତ୍ସବର ଶୁଭାରମ୍ଭ ବାଗ୍ଦେବୀ ପୂଜାର୍ଚ୍ଚନା ରେ ହୋଇଥିଲା। ସଭାପତି ଶରତ ଧଳ ସ୍ଵାଗତ ସମ୍ଭାଷଣ ଅବସରରେ ଅତିଥି ଶ୍ରୀ ରାୟଙ୍କୁ ଶ୍ରୀ ଅଙ୍ଗଲାଗୀ ବସ୍ତ୍ର ଓ ପୁଷ୍ପରେ ସ୍ବାଗତ କରିବା ସହିତ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଶ୍ରୀ ରାୟ , ଜୀବନରେ ସଂଗୀତର ଉପଯୋଗୀତା, ଆବଶ୍ୟକତା ଇତ୍ୟାଦି ଅନେକ ବିଷୟରେ ଗଭୀର ଆଲୋକପାତ କରିବା ସହିତ ଶିଳ୍ପୀ ସମାଜ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଚଳିତ ବର୍ଷ ରାଉରକେଲାର ବରିଷ୍ଠ କଳାକାର ଶ୍ରୀ ମନବୋଧ ମିଶ୍ରଙ୍କୁ ଶିଳ୍ପୀ ସମାଜ ର ସମ୍ମାନଷ୍ପଦ ‘ବାଗ୍ଦେବୀ ସମ୍ମାନ’ ରେ ସମ୍ମାନିତ ହୋଇଥିଲେ। ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ତାଙ୍କ ଦୀର୍ଘ ସଂଗୀତମୟ ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ଉତ୍ସବର ନିମନ୍ତ୍ରିତ ବକ୍ତା ଭାବେ ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀଙ୍କୁ ଶ୍ରୀ ମିଶ୍ର ଶ୍ରୀ ଅଙ୍ଗଲାଗୀ ବସ୍ତ୍ର ଓ ପୁଷ୍ପରେ ସ୍ବାଗତ କରିଥିଲେ। ଶ୍ରୀ ମତୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ସଂଗୀତସେବା ଓ ସମାଜ ସେବା ବିଷୟରେ ଆଲୋକପାତ କରିଥିଲେ।

ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଡା ସୁଶାନ୍ତ ପାଣି, ଅତିଥି ଶ୍ରୀ ରାୟ, ପ୍ରଫୁଲ୍ଲ ମଙ୍ଗଳ, ବସନ୍ତ ସାହୁ, ପଞ୍ଚାନନ ମଲ୍ଲିକ,ପୁଲିନ ରାଉତରାୟ, ମୀରା ମିଶ୍ର, ଇତ୍ୟାଦି ଭଜନ ପରିବେଷଣ କରିଥିଲେ। ବିଭିନ୍ନ ଯନ୍ତ୍ର ସଂଗୀତରେ ମନବୋଧ ମିଶ୍ର, ଜଗନ୍ନାଥ ଦାସ, ବଂଶୀଧର ସାହୁ, ଫକୀର ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ପ୍ରେମ ଏକ ପଦୀ ତୁମ ପାଇଁ

ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଟିକେ ଛାଇ…

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort