ଭୁବନେଶ୍ୱର -: ରାଜ୍ୟରେ ଆସନ୍ତା ଫେବୃୟାରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ।SOA ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ର ସୁଚନା। ଭୁବନେଶ୍ୱର:- ଚଳିତ ବର୍ଷର ପରିବର୍ତ୍ତୀତ ପ୍ରତିକୂଳ ପାଣିପାଗ ଅଦିନିଆ ବର୍ଷା କୁଆପଥର ମାଡ ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ପାଇଁ ଅସୁବିଧା ସ୍ରୁଷ୍ଟି କରିଥିବା ବେଳେ ପ୍ରବଳ ଶୀତ ଯୋଗୁଁ ଜନଜୀବନ ମଧ୍ଯ ପ୍ରଭାବିତ ହୋଇଥଲା। ଏ ପରିସ୍ଥିତିରେ ପୁଣି ଆସନ୍ତା ଫେବୃୟାରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ବର୍ଷା ହେବା ନେଇ ସୂଚନା ମିଳିଛି। ପଶ୍ଚିମା ଝଡ଼ର ପ୍ରଭାବରେ ଫେବୃୟାରୀ ୯ ଓ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଏବଂ ଝଡ ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି।ରାଜ୍ୟର ଉପକୂଳବର୍ତୀ ଅଞ୍ଚଳରେ ଫେବୃୟାରୀ ୧୦ ଓ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସୂଚନା ମିଳିଛି। ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି।ଏନେଇ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
previous post