ଭୁବନେଶ୍ୱର – କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ। ଭୁବନେଶ୍ୱର:- କୋଭିଡ଼ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା କୁ କିଛି ମାତ୍ରାରେ କୋହଳ କରାଯିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ନୂଆଁ ଗାଇଡ୍ ଲାଇନ୍ ଜାରି କରାଯାଇଛି।ଏଣିକି କୋଡ଼ିଏ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରି ପାରିବେ ଏବଂ ତିନି ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇ ପାରିବ ବୋଲି ଓଡ଼ିଶାର ମୂଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସ୍ ମିଟ୍ ଜରିଆରେ ଜଣାଇଛନ୍ତି।ପୂର୍ବରୁ ୫ ଜଣଙ୍କୁ ନେଇ କ୍ୟାମ୍ପେନିଂ ର ଅନୁମତି ରହିଥିବା ବେଳେ ବର୍ତମାନ ଏହି ସଂଖ୍ୟା କୁ ବୃଦ୍ଧି କରିବା ସହ ରାଜନୈତିକ ସଭା କୁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ।ତେବେ, ମାସ୍କ୍ ପିନ୍ଧିବା ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ କୋଭିଡ଼ ନିୟମାବଳୀ କୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି ନିର୍ବାଚନ କମିଶନ।ପୂର୍ବଭଳି ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି।ଅନ୍ୟ ପକ୍ଷରେ ଆଗାମୀ ପୌର ପରିଷଦ ଓ ନିଗମ ଗୁଡିକର ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଫେବୃୟାରୀ ୧୦ ସକାଳ ୧୧.୩୦ମିନିଟ ସମୟରେ ଗୀତ ଗୋବିନ୍ଦ ସଭାଗୃହ ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ଯ ନିର୍ବାଚନ ଆୟୋଗ।ରାଜନୈତିକ ଦଳ ମାନଙ୍କ ସହ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।
previous post