କର୍ଲାମୁଣ୍ଡା: ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ପ୍ରସନ୍ନ ମେହେର ଓ ଲେଖାପାଳ ଶ୍ରୀ ଦୁତୀୟ ବନଛୋରଙ୍କ ନେତୃତ୍ୱ କ୍ରମେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁପିଆ ଗ୍ରାମର ଧର୍ମରାଜ ଯୁବକ ସଂଘ ପକ୍ଷରୁ ଆତ୍ମନିର୍ଭର ଭାରତ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ନାରାୟଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ମକରଧଜ ପୁଟେଲ ପ୍ରଧାନ ଶିକ୍ଷକ,ସମ୍ମାନୀତ ଆତିଥି ଭାବେ ଅର୍ଜୁନ ଭୋଇ ପ୍ରଧାନ ଶିକ୍ଷକ, ଅମିତ କୁମାର ସାହୁ ବ୍ୟାଙ୍କ ମିତ୍ର ଉପସ୍ଥିତ ରହି ଯୁବକ ଯୁବତୀ ମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ କର୍ଯ୍ୟକ୍ରମ ଦ୍ୱାରା କିପରି ସ୍ୱାବଲମ୍ବି ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଉପସ୍ଥିତ ଥିବାବେଳେ ଧର୍ମରାଜ ଯୁବକ ସଂଘ ଭାଲୁପିଆ ଯୁବ ଅନୁଷ୍ଠାନର ସଭାପତି ସୁନୀଲ ଭୋଇ, ସମ୍ପାଦକ ଅଖିଳ ବିହାରୀ ମିଶ୍ର ଓ ଧର୍ମରାଜ ରାଜ ଯୁବ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଯୋଗଦେଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post
next post